ରିମୁଳି (ସରୋଜ କୁମାର ମହାନ୍ତ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ରିମୁଳି ଠାରେ ଥିବା ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ସ୍କୁଲର ଅନଲାଇନ ପରୀକ୍ଷା କରିବାକୁ ଦାବିରେ ଆନ୍ଦଳନ l ପ୍ରଥମ ବର୍ଷ ପରୀକ୍ଷା ଅଫ ଲାଇନରେ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞାପନ ପ୍ରକାଶ କରିଛି l କରୋନା ମହାମାରୀ ବେଳେ 15ଦିନ ଧରି ଓଡିଶାର ପ୍ରତ୍ୟକ ଜିଲ୍ଲାର ପ୍ରାୟ 12000 ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା କେନ୍ଦ୍ର ନିକଟରେ ରହି କେମିତି ପରୀକ୍ଷା ଦେବେ ବୋଲି ପରୀକ୍ଷାଥି ମାନେ ପ୍ରଶ୍ନ କରିଛନ୍ତି l କାରଣ ଘର ଭଡା ଦେବାକୁ କେହି ରାଜି ହେଉନାହାନ୍ତି l ବାହାରେ ଖାଇବା ପିଇବା ଅସୁବିଧା ତେଣୁ କରୋନା ମହାମାରୀରେ ଜୀବନକୁ ବାଜି ଲଗେଇ କିଭଳି ପରୀକ୍ଷା ଦେବୁ ବୋଲି ପରୀକ୍ଷାଥି ମାନେ ପ୍ରଶ୍ନ କରିଛନ୍ତି l ପରୀକ୍ଷା ତାରିଖ ପରିବର୍ତନ କରାଯାଉ ଅଥବା ଅନଲାଇନ ପରୀକ୍ଷା କରାଯାଉ ବୋଲି ସ୍କୁଲ ସମୁଖରେ ବିକ୍ଷପ ପରିଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ l
