ଆଜି ବିଜୟାଦଶମୀ; ଅଧର୍ମ ଉପରେ ହେବ ଧର୍ମର ବିଜୟ

Top Storise ରାଜ୍ୟ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ। ଆଜିର ଏହି ପଵିତ୍ର ଦିନ ବିଜୟାଦଶମୀ ନାମରେ ଜଣା। ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ।

ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟବ୍ୟାପୀ ମହା ଆନନ୍ଦ ଉଲ୍ଲାସରେ ବିଜୟାଦଶମୀ ଉତ୍ସବ ପାଳନ ହୋଇଥାନ୍ତା। ସକାଳୁ ସକାଳୁ ପୂଜାମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା।

ତଥାପି ମଧ୍ୟ ବିନା ଭକ୍ତରେ ମଣ୍ଡପ ଗୁଡିକରେ ପାରମ୍ପରିକ ରୀତିନୀତି ଅନୁସାରେ ମାଆଙ୍କ ଅପରାଜିତା ପୂଜା, ଦଶମୀ ପୂଜା ଏବଂ ସୋମନାଥ ବ୍ରତ ପରେ ପୂର୍ଣ୍ଣାହୂତି ନୀତି ଅନୁଷ୍ଠିତ ହେଉଛି।

ଆଜି ଦଶହରା ପର୍ବର ଅନ୍ତିମ ଦିନ । କୋଭିଡ କଟକଣା ନଥିଲେ ବିଭିନ୍ନ ପୂଜା ମଣ୍ଡପରେ ଆଜି ଆୟୋଜିତ ହୋଇଥାନ୍ତା ରାବଣ ପୋଡି ଉତ୍ସବ।

ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ କରିଥାନ୍ତି । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।

Leave a Reply

Your email address will not be published. Required fields are marked *