ଆରପାରିରେ ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି

Top Storise ରାଜ୍ୟ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ। କରୋନା ଆକ୍ରାନ୍ତ ହେବା ପରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ଶ୍ରୀ ମହାନ୍ତି। ସୋମବାର ୯୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

‘ବଡ଼ଭାଇ’ ନାମରେ ସାରା ରାଜ୍ୟରେ ଅତି ପରିଚିତ ନଦିଆ ମହାନ୍ତି ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ। ଛାତିରେ କଫ ଜମାଟ ବାନ୍ଧିବାରୁ ଶ୍ଵାସକ୍ରିୟାରେ ମଧ୍ୟ ତାଙ୍କୁ ସମସ୍ୟା ହେଉଥିଲା। ପରୀକ୍ଷା ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

ସାହିତ୍ୟ ରଚନା ଦିଗରେ ନଦିଆ ବିହାରୀ ମହାନ୍ତିଙ୍କର ଦୃଷ୍ଟିଭଙ୍ଗୀ ବେଶ୍ ନିଆରା ଓ ସ୍ୱତନ୍ତ୍ର। ବିଶେଷ କରି ଶିଶୁ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଢେର୍ ଅଧିକ। ଆକାଶବାଣୀରେ ଶିଶୁ ସଂସାର ନାମକ ରେଡ଼ିଓ କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ପ୍ରସିଦ୍ଧିଲାଭ କରିଛନ୍ତି। ଓଡ଼ିଆ ଶିଶୁ ସାହିତ୍ୟକୁ କାଳଜୟୀ ଅବଦାନ ପାଇଁ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଦ୍ୱାରା ସେ ପୁରସ୍କୃତ ମଧ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *