ସୋନପୁର : ଓଲଟି ପଡିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ । ଗତ କାଲି ରାତିରେ ଏହି ବସଟି ମାଲକାନଗିରି ସହର ଦେଇ ସୋନପୁରରୁ ତାମିଲନାଡୁ ଯାଉଥିବା ବେଳେ ଚମ୍ପାଖାରି ନିକଟରେ ଓଲଟି ପଡିଥିଲା। ବସରେ ୨୭ଜଣ ଲେବର ଓ ୨ଜଣ ଡ୍ରାଇଭର ଥିଲେ। ବସଟି ସୋନପୁର ଜିଲ୍ଲାରୁ ତାମିଲନାଡୁର ତ୍ରିଚୁର ଜିଲ୍ଲାରେ ଥିବା ଏକ ସୁତା କଳକୁ କାମ କରିବାକୁ ଯାଉଥିଲେ। ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହତ ଥିବା ବେଳେ ଅନ୍ୟ ସମସ୍ତେ ସୁରକ୍ଷିତ ଅଛନ୍ତି। ଘଟଣା ସ୍ଥଳରେ ମାଲକାନଗିରି ଆଇଆଇସି ଶ୍ରୀ ରାମ ପ୍ରସାଦ ନାଗ ସହ ପୋଲିସ ଟିମ ପହଞ୍ଚି ଗାଡିରେ ଥିବା ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲ ପଠାଇବା ସହ ଗାଡିର କାଗଜପତ୍ର ଓ ଶ୍ରମିକକୁ ନେଇ ଯାଉଥିବା କିଛି କାଗଜ ପତ୍ର ଯାଞ୍ଚ କରିଥିଲେ ।
