ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଏଏସ୍ଆଇ ଶିଶିର କୁମାର ସେଠୀଙ୍କ ମୃତ୍ୟୁ ହୋଇଛି । ସେ କରୋନା ଲଢ଼େଇରେ ହାରିଯାଇଛନ୍ତି । ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କୁ ହରାଇଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
ସେ ଜଣେ ଭଲ ଅଫିସର ଥିଲେ । ସଦାସର୍ବଦା ନିଜ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍ ଜଣାଶୁଣା ଥିଲେ ଥାନା ଅଧିକାରୀ ଶିଶିର । ଡ୍ୟୁଟି ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ପରିବାର ସଦସ୍ୟ ଓ ୩ ଝିଅଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ଆଶ୍ବାସନା ଦିଆଯାଇଛି।