କାଠ ଚୋରିରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ

Top Storise ଅପରାଧ ରାଜ୍ୟ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ରବିବାର ଭୋର ସକାଳୁ ବନବିଭାଗର କର୍ମଚାରୀ ମାନେ ଚୋରା ଚାଲାଣ ହେଉ ଥିବା ୩୪ ଟି ଶାଳ କାଠ ପଟାକୁ ଜବତ କରିବା ସହ ଚୋରା ଚାଲାଣରେ ସଂପୂର୍କ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଠାକୁରମୁଣ୍ଡା ରେଞ ଅଫିସ କେଶ ନମ୍ବର ୯୫ ଅନୁଯାୟୀ କୋର୍ଟକୁ ଚାଲାଣ କରିଥିବାର ବନବିଭାଗ ଠାରୁ ଜଣା ଯାଇଛି।

ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର ଓ କେନ୍ଦୁମୁଣ୍ଡି ବନ୍ୟ ପ୍ରାଣୀ ରେଞ୍ଜର ରମେଶ ଚନ୍ଦ୍ର ମାରାଣ୍ଡିଙ୍କ ନେତୃତ୍ୱରେ ବନବିଭାଗର କର୍ମଚାରୀ ମାନେ ରାତ୍ରି କାଳୀନ ପେଟ୍ରୋଲିଂ କରୁଥିବା ବେଳେ ସାଲେଇବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜମୁପୋଷି ନିକଟରେ ଏକ ପିକଅଫ ଭ୍ୟାନକୁ ପାଇଥିଲେ।ବନବିଭାଗର କର୍ମଚାରୀ ମାନଙ୍କୁ ଦେଖି ଭ୍ୟାନ ଚମ୍ପଟ ମାରିବା ଦେଖି ବନବିଭାଗ କର୍ମଚାରୀ ମାନେ ଗାଡିକୁ ପିଛା କରିଥିଲେ। କିନ୍ତୁ ଭୋର ସମୟରେ ପ୍ରାୟ ୫ କିଲୋମିଟର ପରେ ବେପାରୀ ମାନେ ଭୋଇରାଣୀବେଡା ଗ୍ରାମ ଜଙ୍ଗଲ ନିକଟରେ ନେଉ ଥିବା କାଠକୁ ଭ୍ୟାନରୁ ପକାଇ ଦେଇ ଭ୍ୟାନଟି ଖସି ପଳାଇ ଯାଇଥିଲା । ପିଛା କରୁଥିବା ବନ କର୍ମଚାରୀ ମାନେ ଜଙ୍ଗଲରେ ପଡିଥିବା ପଟା ଗୁଡିକୁ ଜବତ କରିବା ସହ ଜଙ୍ଗଲରେ ସନ୍ଦେହ ଜନକ ଭାବରେ ବୁଲୁଥିବା ସରୁବିଲ ଗ୍ରାମର ରାମଚନ୍ଦ୍ର ବେହେରା, ଖଣ୍ଡବନ୍ଧ ପୁରୁଣାପାଣି ଗ୍ରାମର ମଦନ ମହାନ୍ତ, ଚିଆଁବେଡା ଗ୍ରାମର ଉଦୟ ହାଇବରୁକୁ ଧରି ବନ ଭିଭାଗ କାର୍ଯ୍ୟାଳୟକୁ ଆଣି ତଦନ୍ତ ପରେ ୩ ଜଣକୁ ଘଟଣା ସହ ସମ୍ପୂର୍କ୍ତି ଥିବା ନେଇ ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉ ଫୋରେଷ୍ଟର ତପନ ମହାନ୍ତ, ନଳିନୀ ମହାନ୍ତ, ଜ୍ୟାତୀନ୍ଦ୍ର କୁମାର ବେହେରା, ଠାକୁର ଦାସ ହେମ୍ବ୍ରମ, ଫୋରେଷ୍ଟ ଗାର୍ଡ ଭବାନୀ ବେହେରା, ଗୌତମ ବେହେରା, ସଚିତାନନ୍ଦ ବେହେରାଙ୍କ ସମେତ ଟିପିଏଫ କର୍ମୀ ମାନେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *