କିନ୍ନରଙ୍କୁ ଖରାପ ବ୍ୟବହାର ପଡିଲା ମହଙ୍ଗା, ବନ୍ଧା ହେଲେ ଟ୍ରାଫିକ ପୋଲିସ

Top Storise ଅପରାଧ ଦେଶ- ବିଦେଶ

କୋଲକାତା: ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସୁରକ୍ଷା ଦେବ କିଏ? ଜଣେ କିନ୍ନର କର୍ମକର୍ତ୍ତା ଓ ଦୁଇ ମହିଳାଙ୍କୁ ହଇରାଣ କରିବା ଅଭିଯୋଗରେ ମଙ୍ଗଳବାର ଜଣେ କୋଲକାତା ଟ୍ରାଫିକ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ତିନିଜଣ ଅଭିଯୋଗ କରିବା ପରେ ଅଭିଯୁକ୍ତ ଟ୍ରାଫିକ ପୋଲିସ ଅଭିଷେକ ଭଟ୍ଟାଚର୍ଯ୍ୟଙ୍କୁ ଗିରଫ କରାଯାଇଥିଲା।

“ପଶ୍ଚିମବଙ୍ଗ ଟ୍ରାନ୍ସଜେଣ୍ଡର ଡେଭଲପମେଣ୍ଟ ବୋର୍ଡର ଜଣେ ସଦସ୍ୟ ଏବଂ ଅନ୍ୟ ଦୁଇଜଣ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅଭିଯୋଗକାରୀଙ୍କ କହିବାନୁସାରେ, କିନ୍ନର ଏବଂ ଅନ୍ୟ ଦୁଇ ମହିଳା ଏକ ରେଷ୍ଟୁରାଣ୍ଟରେ ରାତ୍ରି ଭୋଜନ କରିବା ପରେ ଘରକୁ ଫେରୁଥିଲେ। ଯେତେବେଳେ ଅଭିଯୁକ୍ତ ସେମାନଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ସେମାନେ ଜରୁରୀକାଳୀନ ନମ୍ବର 100 କୁ ଡାଏଲ୍ କରିଥିଲେ । କମ୍ ସମୟ ମଧ୍ୟରେ କିଛି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ସେମାନେ ଅଭିଯୁକ୍ତଙ୍କୁ “ସାର୍” ବୋଲି ସମ୍ବୋଧନ କରିଥିଲେ । ଏହା ପରେ ଅଭିଯୋଗକାରୀ ବୁଦ୍ଧି ଖଟାଇ ତାଙ୍କ ମୋବାଇଲ୍ ଫୋନରେ ଭିଡିଓ ରେକର୍ଡିଂ କରିଥିଲେ। ପରେ ସେ ପୋଲିସ ନିକଟକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *