କେଶରୀୟା ହିନ୍ଦୁ ବାହିନୀ ତରଫରୁ କୋଭିଡ୍‐୧୯ ସଚେତନତା

Top Storise ରାଜ୍ୟ

ବଲାଙ୍ଗୀର : ଆଜି ସକାଳେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ତରଫରୁ, ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ଉପସ୍ଥିତିରେ ନଗର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ବରେ, କରୋନା ସଚେତନତା ପାଇଁ ଏକ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ସୁଦପଡ଼ା ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ କଚେରି ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାସ୍କ, ସାନିଟାଇଜର ଓ ସଚେତନତା ପତ୍ର ବଣ୍ଟନ କରି ଲୋକଙ୍କୁ ସଚେତନ କରାଯାଇଛି । ବଲାଙ୍ଗିରରେ କରୋନା ଗୋଷ୍ଠୀ ସଂକ୍ରମଣର ରୁପ ନେଇସାରିଛି ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଫେଲ୍ ମାରିଛି ଏବଂ ଜିଲ୍ଲା ଲୋକ ପ୍ରତିନିଧି ମାନେ ଆରାମରେ ଘରେ ଶୋଇଛନ୍ତି ଏଣୁକରି କେଶରୀୟା ହିନ୍ଦୁ ବାହିନୀ, ବଲାଙ୍ଗିର ଲୋକଙ୍କୁ ସଚେତନତା କରିବା ପାଇଁ ଆଗେଇ ଆସିଛି । ଆଗକୁ ମଧ୍ଯ ଜିଲ୍ଲାର ସମସ୍ତ ସମସ୍ୟା ପାଇଁ ଆମର ଲଢେଇ ଜାରି ରହିବ।

Leave a Reply

Your email address will not be published. Required fields are marked *