କୋଭିଡ କଟକଣା ସହ ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ

Top Storise ଦେଶ- ବିଦେଶ ରାଜନୀତି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । କରୋନା ଗାଇଡ଼ଲାଇନ ସହ ଏହି ଅଧିବେଶନ ୧୮ ଦିନ ଧରି ଚାଲିବା ନେଇ ସୂଚନା ମିଳିଛି। ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଚଳିତ ଥର ଏହି ବୈଠକ ହେବନି ବୋଲି ଜଣାପଡିଛି ।

ସଂକ୍ରମଣ ପ୍ରତିହାରକୁ ଦୃଷ୍ଟିରେ ରଖି ସଂସଦରେ ପ୍ରବେଶ ପୂର୍ବରୁ ସମସ୍ତ କର୍ମଚାରୀ ଏବଂ ସାଂସଦମାନେ ନିଜର ଆର୍‌ଟିପିସିଆର୍ କୋଭିଡ୧୯ ରିପୋର୍ଟ ଦେଖାଇବାକୁ ପଡିବ ।

। ଏଥିସହ ଏନ୍‌ଆଇସି ଦ୍ୱାରା ତିଆରି ହୋଇଥିବା ଏକ ମୋବାଇଲ ଆପ୍ ମାଧ୍ୟମରେ ସାଂସଦମାନେ ଉପସ୍ଥାପନ ପକାଇବେ । ଆଜିର ଏହି ଅଧିବେଶନରେ ୪୬ ଟି ବିଲ ଓ ୧୧ ଟି ଅର୍ଡିନାନ୍ସ ଆସିବା ନେଇ ସୂଚନା ରହିଛି

ପ୍ରଥମ ଦିନ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଯାଏଁ ଚାଲିବ । ବାକି ଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ବସିବ ।

Leave a Reply

Your email address will not be published. Required fields are marked *