ଘରୋଇ କଳିରୁ କରୁଣ ପରିସ୍ଥିତି; ବୋହୁ ହାତରେ ଗଲା ଶ୍ୱଶୁର ପ୍ରାଣ

Top Storise ରାଜ୍ୟ

ବାରିପଦା: ଘରୋଇ କଳିରୁ କରୁଣ ପରିଣତି । ବୋହୁ ହାତରେ ଗଲା ଶ୍ୱଶୁର ପ୍ରାଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳୀ ମନ୍ଦିର ସାହିରେ।

ଅଭିଯୁକ୍ତ ବୋହୁ ଜୟନ୍ତୀ ଭୂୟାଁ(୨୭) ତାଙ୍କ ଶ୍ୱଶୁର ବିଜୟ କୁମାର ଆଇଚ(୭୮)ଙ୍କ ସହିତ ଆଜି ସକାଳୁ ପାଟିଗୋଳ କରିଥିଲେ। ଏନେଇ ଜୟନ୍ତୀ ବିଜୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ତାଙ୍କ ସ୍ୱାମୀ ତଥା ମୃତକଙ୍କ ପୁଅ ଦେବରାଜ ଆଇଚ(୪୮) ଥାନାରେ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣ ରେ ବିଜୟ ତଳେ ପଡିଯାଇଥିଲେ। ତାଙ୍କ ମୁଣ୍ଡ ନିକଟରେ ଥିବା ଏକ ମୁନିଆ ବସ୍ତୁରେ ବାଜି ଫାଟିଯାଇଥିଲା। ସଙ୍ଗେ ସଂଗେ ତାଙ୍କୁ ସ୍ଥାନିୟ ପିଆରଏମ ମେଡିକାଲ କୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଅ ଦେବରାଜଙ୍କ ଅଭିଯୋଗକ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜୟନ୍ତୀଙ୍କୁ ଗିରଫ କରିଥିବା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *