ଯାଜପୁର: ଯାଜପୁର ଜିଲ୍ଲାରେ ଗତ ଅଗଷ୍ଟ ୨୦ ତାରିଖରେ ନିଯୁକ୍ତି ପାଇଥିବା କୋଭିଡ ଏ.ଏନ.ଏମ. ଯୋଦ୍ଧା ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନା ଅନୁସାରେ, ଗତ ଅଗଷ୍ଟ ୧୮ ତାରିଖରେ ଜିଲ୍ଲା ମେଡ଼ିକାଲ ଅଫିସ ପକ୍ଷରୁ ୩୧୧ଟି ଏ.ଏନ.ଏମ. ପୋଷ୍ଟ ଜିଲ୍ଲାର ୧୦ଟି ବ୍ଲକ ପାଇଁ ପ୍ରତେହ ୮୫୦ ଟଙ୍କାରେ ୩ ମାସ ପାଇଁ ଚୁକ୍ତି କରିଥିଲେ । ହେ
ଲେ ଗୋଟେ ମାସ ନ ପୁରୁଣୁ ବିନା କୌଣସି ଦରମା ନଦେଇ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେଇଛନ୍ତି । ଫଳରେ ସମସ୍ତ ୩୧୧ ଏ. ଏନ. ଏମ. କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ପୁନଃ ନିଯୁକ୍ତି ଦାବି କରିଛନ୍ତି ।