ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଆଉ ଜଣେ ଲାଞ୍ଚୁଆ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏଥର ପାଟଣାଗଡ଼ ଏନ୍ଏସି ଜେଇ ଦେବୀପ୍ରସାଦ ମିଶ୍ର ଜଣେ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ୍ କରାଇ ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଶ୍ରୀ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ପାଟଣାଗଡ଼ସ୍ଥିତ ତାଙ୍କ ଅଫିସ, ଭଡ଼ାଘର, ଭବାନୀପାଟଣା ଇରିଗେସନ କଲୋନିସ୍ଥିତ ଭଡ଼ାଘର ଏବଂ ଭବାନୀପାଟଣା ସଦର ଥାନା ଭେଜିପଦର ଗ୍ରାମ ତାଙ୍କ ନିଜ ଘରେ ଚଢ଼ଉ କରିଛି।