ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇର ଚଢ଼ାଉ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଛାନଭିନ୍ କରାଯାଇଛି। ସିବିଆଇର ଏକ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଛାନଭିନ୍ କରିବା ପରେ କିଛି ଦସ୍ତାବିଜ୍ ଧରି ବିଧାୟକ ଶ୍ରୀ ମିଶ୍ରଙ୍କ ଘରୁ ଫେରିଯାଇଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମିଶ୍ର। ସେ କହିଛନ୍ତି, ୨୦୧୩ରୁ ଏ ମାମଲାର ତଦନ୍ତ କରୁଛି ସିବିଆଇ। ଏଥିରେ ମୁଁ ସହଯୋଗ କରୁଛି। ପୂର୍ବରୁ ସିବିଆଇ ପକ୍ଷରୁ ନୋଟିସ୍ ହୋଇଥିଲା। ତେବେ ଆଜି ଆସିବା ନେଇ ସୂଚନା ନ ଥିଲା। ସେମାନେ ପର୍ଯ୍ୟଟନ ବିଭାଗର କାଗଜପତ୍ର ଦେଖିବାକୁ ଚାହିଥିଲେ। ଏହା ରେଡ୍ ନୁହେଁ, ତଦନ୍ତ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ମିଶ୍ର।

ଆଜି ସକାଳ ପ୍ରାୟ ୯ଟା ବେଳେ ସିବିଆଇର ଏକ ୭ଜଣିଆ ଟିମ୍ ଦୁଇଟି ଗାଡ଼ିରେ ଦେବୀପ୍ରସାଦ ମିଶ୍ରଙ୍କ ଭୁବନେଶ୍ବରର ୟୁନିଟ୍ ୧ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ। ସେମାନେ ପ୍ରାୟ ଦୁଇ ଘଣ୍ଟା ଧରି ଦେବୀ ମିଶ୍ରଙ୍କ ଘରେ ରହି ଛାନଭିନ୍ କରିଥିବା ଜଣାଯାଇଛି। ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ମିଶ୍ର ଉପସ୍ଥିତ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *