ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚିବ ବ୍ୟାଙ୍କ ସେବା

ବାଣିଜ୍ୟ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ଘରେ ପହଞ୍ଚି ବ୍ୟାଙ୍କଗୁଡ଼ିକ ମୌଳିକ ବ୍ୟାଙ୍କିଙ୍ଗ ସେବା ଯୋଗାଇବେ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ତାହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଅନେକ ସମୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ବ୍ୟାଙ୍କ କର୍ମଚାରୀମାନେ ସହଯୋଗ କରୁନଥିବାର ଖବର ଆସୁଛି। ତାହାକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ତରଫରୁ ଏହି ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯାଇଛି।

ବ୍ୟାଙ୍କ ସେବା ପାଇବାରେ ସମସ୍ୟା ସାମ୍ନା କରୁଥିବା ବରିଷ୍ଠ ନାଗରିକ, ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତି, ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କ ଘରେ ମୌଳିକ ସେବା ପହଞ୍ଚାଇବା ଲାଗି ବ୍ୟାଙ୍କଗୁଡ଼ିକ ନିର୍ଦିଷ୍ଟ ପ୍ରକାର ଉଦ୍ୟମ କରିବା ଦରକାର ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛନ୍ତି। ଖାତାରୁ ଟଙ୍କା ଉଠାଇ ଘରେ ପହଞ୍ଚାଇବା, ଘରୁ ଟଙ୍କା ଆଣିବ ଖାତାରେ ଜମା କରିବା, ଡିମାଣ୍ଡ୍‌ ଡ୍ରାଫ୍‌ଟ ଆଦିକୁ ଅସୁବିଧାରେ ଥିବା ଲୋକମାନଙ୍କ ଘରେ ପହଞ୍ଚାଇବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏଭଳି ଗ୍ରାହକଙ୍କ ଘରୁ କେଇୱାସି କାଗଜପତ୍ର ଏବଂ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ଲାଗି ମଧ୍ୟ ବ୍ୟାଙ୍କ ଓ ବିଜନେସ୍ କରେସ୍‌ପଣ୍ଡେଣ୍ଟ୍‌ମାନଙ୍କୁ କୁହାଯାଇଛି। ଏଭଳି କାରବାର ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ସର୍ଭିସ୍‌ ଚାର୍ଜ ଲାଗୁ କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *