ବାଲୁକା କଳାରେ ଗାନ୍ଧୀ ଜୟନ୍ତୀ; ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହର ନାରା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Top Storise ରାଜ୍ୟ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜନ୍ମ ଦିବସ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣିମ ବେଳାଭୂମିରେ ତିଆରି କରିଛନ୍ତି ଗାନ୍ଧିଜୀଙ୍କ ପ୍ରତିମା।

ନିଜ ସ୍ୱତନ୍ତ୍ର ଢ଼ଙ୍ଗରେ ସେ ଗାନ୍ଧୀଜୀଙ୍କ ଉଦ୍ଦେଶ୍ୟରେ ପ୍ରତିମା ତିଆରି କରିବା ସହ ସ୍ୱଚ୍ଛତାର ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି। ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ପାଇଁ ସେ ନିଜର ଏହି ସୁନ୍ଦର ଓ ନିଚ୍ଛକ ବାଲୁକା କଳାକୃତିରେ ନିବେଦନ କରିଛନ୍ତି ।

ଅନ୍ୟପଟେ ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଆଜି ପ୍ରସାରିତ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଓଡ଼ିଶାରେ ଗାନ୍ଧିଜୀ’ । ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶୁକ୍ରବାର ଦିନ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ଡକ୍ୟୁମେଣ୍ଟାରୀ ‘ଓଡ଼ିଶା ଗାନ୍ଧୀଜୀ’ ଦିନ ୧୧ ତରେ ପ୍ରଦର୍ଶିତ କରିବାକୁ ଯାଉଛନ୍ତି।

ବାପୁଙ୍କ ଉପରେ ଏକ ଘଣ୍ଟାର ଏହି ଡକ୍ୟୁମେଣ୍ଟାରୀ ସକାଳ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଚାରୋଟି ସ୍ଲଟରେ ଅନେକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେବ ।

Leave a Reply

Your email address will not be published. Required fields are marked *