ବାଲୁକା କଳାରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ସୁଶାନ୍ତଙ୍କ ମୃତ୍ୟୁ ଯେ ହତ୍ୟା କି ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ଚାଲିଛି ସିବିଆଇ ତଦନ୍ତ। କଣ ସତ କଣ ମିଛ ସେନେଇ ଚାଲିଛି ତନାଘନା।

ତେବେ ଦେଶର କୋଣଅନୁକୋଣରେ ଥିବା ସୁଶାନ୍ତଙ୍କ ପ୍ରଶଂସକ ମାନେ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ଠାରେ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି।

ଯେଉଁଥିରେ ସେ ମୃତ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ସୁଶାନ୍ତଙ୍କ ଆକସ୍ମିକ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିବା ବେଳେ ତାଙ୍କ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ପ୍ରଶଂସକ । #Justiceforsusant ନାଁ ରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଚାଲିଛି ଟ୍ରେଣ୍ଡ ।

Leave a Reply

Your email address will not be published. Required fields are marked *