ଭୁବନେଶ୍ୱର: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା । କରୋନାରେ ଆକ୍ରାନ୍ତ ଭୁବନେଶ୍ୱର ମହାନଗର ନିଗମର ଏନଫୋର୍ସମେଣ୍ଟ ଅଧିକାରୀ ପ୍ରଫୁଲ୍ଲ ବେହେରାଙ୍କର ଆଦିତ୍ୟ ଅଶି୍ୱନୀ ହସ୍ପିଟାଲରେ ମୃତ୍ୟୁ ହୋଇଛି ।
ଶ୍ରୀ ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ଅଧିକାରୀମାନେ ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହା ପରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ହୋଇଥିଲା ।
ଗତ ଅଗଷ୍ଟ ୨୨ ତାରିଖରେ ଶ୍ରୀ ବେହେରା କୋଭିଡ ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।