2020710-1

ବୁଲା ଷଣ୍ଢ ଓ ଗାଈ ଙ୍କ ସିଙ୍ଗ ରେ ଲଗାଗଲା ଲାଲ ଷ୍ଟିକର

Top Storise ରାଜ୍ୟ

ଭୁବନେଶ୍ୱର : ବର୍ତ୍ତମାନ ସହରରେ ବିଭିନ୍ନ ରାସ୍ତାରେ ବୁଲୁଥିବା ବୁଲା ଷଣ୍ଢ ଓ ଗାଈଙ୍କର ବିଚରଣ ଏକ ସାଧାରଣ ସମସ୍ୟା ହେଲାଣି। ବୁଲା ଗୋରୁ ମାନେ ଖାଦ୍ୟ ଅଭାବ ଓ ରହିବା ସ୍ଥାନ ଅଭାବରୁ ରାସ୍ତାଘାଟ ରେ ବୁଲାବୁଲି କରୁଛନ୍ତି ଓ ଦୁର୍ଘଟଣା ର ଶିକାର ହୋଇ ଅକାଳ ରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି।

ପ୍ରତ୍ୟେକ ଗୁରୁବାର ସହରରେ ବିଭିନ୍ନ ସ୍ଥାନରେ ବୁଲା ଗାଈଗୋରୁ, ବୁଲା କୁକୁର ଓ ଅନ୍ୟ ଜୀବଜନ୍ତୁ ମାନଙ୍କ ପାଇଁ ଦିବ୍ୟ ଆଧାର ଓ ଗୋ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଖାଦ୍ୟ ବଣ୍ଟନ କରାଯିବ ଏବଂ ବୁଲା ଗାଈଗୋରୁ ମାନଙ୍କ ଶିଙ୍ଗରେ ଲାଲ ଷ୍ଟିକର ମାନ ଲଗାଯିବାର ବ୍ୟବସ୍ଥା କରାଯାଇଛି। ଆସନ୍ତା ସପ୍ତାହ ମାନଙ୍କରେ ପର୍ଯ୍ୟାୟ କ୍ରମେ ରାଜଧାନୀ ଭୁବନେଶ୍ବର ଏହାର ଆଖ ପାଖ ଅଂଚଳ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ପୁରୀ ଖୋର୍ଦ୍ଧା ଓ କେନ୍ଦ୍ରାପଡା ରେ ଏହି କାର୍ଯ୍ୟକ୍ରମ କରାଯିବାର ଯୋଜନା କରାଯାଇଛି ବୋଲି ସେବା ର ସମ୍ପାଦକ ସାର୍ଥକ କୁମାର ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *