ବ୍ୟୁରୋ : ଗଲଓ୍ୱାନ ଘାଟି ସଂଘର୍ଷ ପରେ ୫୯ଟି ଚାଇନା ଆପକୁ ବ୍ୟାନ କରିଛି ଭାରତ । ଯାହାର ପ୍ରଭାବ ସିଧାସଳଖ ଭାବେ ଚାଇନା ଉପରେ ପଡିଛି । ଏହି ଆପ ତାଲିକା ମଧ୍ୟରେ ଆଗଧାଡ଼ିରେ ରହିଥିଲା ଟିକଟକ । ଡିଜିଟାଲ ଷ୍ଟ୍ରାଇକ ପରେ ଭାରତକୁ ଏକ ବଡ ସଫଳତା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଆମେରିକା ଟିକଟକ୍ ସମେତ କିଛି ଚାଇନା ଆପ ଉପରେ ନିଷିଦ୍ଧାଦେଶ ଜାରି କରିପାରେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ ଆପକୁ ବ୍ୟାନ୍ କରିବା ନେଇ ଆମେରିକା ସରକାର ବିଚାରବିମର୍ଶ କରୁଛନ୍ତି । ଏହି ସୂଚନା ଦେଇଛନ୍ତି ଆମେରିକା ପରରାଷ୍ଟ୍ର ସଚିବ ମାଇକ୍ ପୋମ୍ପିୟୋ । ତେବେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ଦେଶର ଜାତୀୟ ସୁରକ୍ଷା ପ୍ରତି ହାନୀକାରକ ଆପକୁ ବ୍ୟାନ କରିବା ପାଇଁ ଆମେରିକାରେ ଦାବି ଉଠିଲାଣି । ଟିକଟକ୍ ଭଳି ଆପକୁ ବ୍ୟାନ୍ କରିବା ପାଇଁ ଆମେରିକାର ଆଇନ ପ୍ରଣେତାମାନେ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି ।
