ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ କର୍ମଚାରୀ

Top Storise ଅପରାଧ ରାଜ୍ୟ

ଶୁକୃଳି : ଭିଜିଲାନ୍ସ ଜାଲରେ ଶୁକୃଳି ଉଦ୍ୟାନ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଲାଞ୍ଚ ନେଉଥିବା ସମୟରେ ରେଡ ହାଂଡେଡ଼ ଧରିଲା ଭିଜିଲାନ୍ସ । ଆଜି ଦିନ ୧୨ଟା ସମୟରେ ବାରିପଦା ଭିଜିଲାନ୍ସ ଟିମ୍ ଶୁକୃଳି ଉଦ୍ୟାନ ବିଭାଗୀୟ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅଧିକାରୀ ମନୋଜ ସାହୁ ୬୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡିଯାଇଥିଲେ ।

ସୂଚନା ମୁତାବକ ଚତୁରଞଳୀ ପଞ୍ଚାୟତ ବଡ଼ ପାଣି ଗ୍ରାମର ଚନ୍ଦ୍ରମୋହନ ବୈପାଇ (ଉଦ୍ୟାନ ସାଥୀ)ଙ୍କ ଠାରୁ ଉଦ୍ୟାନ କାର୍ଯ୍ୟନିର୍ବାହୀ ଅଧିକାରୀ ୬୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଥିଲେ । ବାରିପଦା ଭିଜିଲାନ୍ସ ଟିମ୍ ତରଫରୁ ସୁନିଲ ଏକା, ଦୁଷ୍ମନ୍ତ ନାୟକ ପ୍ରମୁଖ ଅଧିକାରୀ ଥିବା ଜଣା ପଡିଛି। ମନୋଜ ସାହୁ ଅଳ୍ପ କିଛି ମାସ ପୂର୍ବରୁ ଦାୟିତ୍ୱ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *