ଭୁବନେଶ୍ବର : ଓଡ଼ିଶା ବିକାଶ ପରିଷଦ ମୁଖ୍ୟଙ୍କ ଘରେ ଭଙ୍ଗାରୁଜା

Top Storise ଅପରାଧ

ଭୁବନେଶ୍ବର : ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ସୁଶାନ୍ତ ପାଢ଼ୀଙ୍କ ଘରେ ଆଜି ଭଙ୍ଗାରୁଜା ହୋଇଛି। ବମିଖାଲ କେନାଲ ରୋଡ ସାଇବିହାର ସ୍ଥିତ ତାଙ୍କ ଘରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ଗଣ୍ଡଗୋଳ କରିଛନ୍ତି। ପୁଲିସ ଉପସ୍ଥିତିରେ ୪୦ରୁ ଅଧିକ ଯୁବକ ଅଣ୍ଡାମାଡ଼ ଓ ଢେଲାମାଡ଼ କରିଛନ୍ତି। ଏପରିକି ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଛି। ଏ ନେଇ ସୁଶାନ୍ତ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସିପି ଓ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସୁଶାନ୍ତଙ୍କ କହିବା ଅନୁସାରେ, ତାଙ୍କ ଆବେଦନ ଉପରେ ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ରାୟ ପ୍ରକାଶ ପରେ ତାଙ୍କ ଘରେ ୨୪ ଘଣ୍ଟିଆ ପୁଲିସ ମୁତୟନ ରହିଛନ୍ତି। ଆଜି ପୂର୍ବାହ୍ନରେ ପ୍ରାୟ ୪୦ ଜଣ ଯୁବକ ସେଠାରେ ପହଞ୍ଚି ପ୍ରଥମେ ଅଣ୍ଡାମାଡ଼ କରିଥିଲେ। ଏହାପରେ ଘର ଭିତରକୁ ଟେକାପଥର ଫିଙ୍ଗିଥିଲେ। କାରକୁ ଟେକା ଫିଙ୍ଗି କାଚ ଭାଙ୍ଗି ଦେଇଥିଲେ। ଏପରିକି ଉପସ୍ଥିତ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ। ଗାଳିଗୁଲଜ କରିବା ସହ ଧମକଚମକ ଦେଇ ପଳାଇଥିଲେ। ଆକ୍ରମଣକାରୀଙ୍କୁ ସୁଶାନ୍ତ ଚିହ୍ନି ନ ଥିବା ବେଳେ ଘଟଣାର ତଦନ୍ତ ଜାରି କହିଥିବା ପୁଲିସ କହିଛି।

Leave a Reply

Your email address will not be published. Required fields are marked *