ଭୁବନେଶ୍ୱର: ଭୁବନେଶ୍ୱରରରୁ ସୋମବାର ପୁଣି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ୧୧ଜଣଙ୍କ ମଧ୍ୟରୁ ୭ଜଣ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ।