ଚାନ୍ଦବାଲି/ଆରଡ଼ି : ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀ ପାଳରେ ମତ୍ସ୍ୟ ଜୀବିଙ୍କ ଜାଲରେ ପଡିଛି ଗୋଟିଏ ବିରଳ ତେଲିଆ ମାଛ। ମାଛଟିର ଓଜନ ୨୨କିଲୋ ଥିବାବେଳେ ଏହାର କିଲୋ ପିଛା ସାଢ଼େ ୬ହଜାର ରେଟରେ ଲକ୍ଷେ ୪୩ ହଜାରରେ ନିଲାମ ହୋଇଛି। ଏହାକୁ ଜଣେ କଲିକତାର ମାଛ ବ୍ୟବସାୟୀ କିଣିଛନ୍ତି। ତେବେ ମାଛଟି ଖାଇବା ଅପେକ୍ଷା ଏହାର ଅଧିକ ଔଷଧୀୟ ଗୁଣଥିବାରୁ ଏହାକୁ ଇଣ୍ଡଷ୍ଟ୍ରିଆଲ କ୍ଷେତ୍ରରେ ବେସି ବ୍ୟବହାର କରାଯାଏ ବୋଲି କୁହନ୍ତି ମତ୍ସ୍ୟଜୀବି। ତେବେ ଆଗରୁ ମଧ୍ୟ ଏହାଠାରୁ ବଡ଼ ଓ ଛୋଟ ମାଛ ଜାଲରେ ପଡିଛନ୍ତି।
