ମହୁମାଛି ଆକ୍ରମଣରେ ୬ ଗୁରୁତର

Top Storise ରାଜ୍ୟ

ତେନ୍ତୁଳୀଖୁଣ୍ଟି : ମହୁମାଛି ଆକ୍ରମଣରେ 6 ଗୁରୁତର । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅନ୍ତର୍ଗତ ପତ୍ରପୁଟ ଠାରେ। ସୂଚନା ମୁତାବକ 6 ଜଣ ବ୍ୟକ୍ତି ଗାଈ ଚୋରାଇବା ପାଇଁ ଯାଇଥିବା ସମୟରେ ଗୋଟିଏ ଗଛରେ ମହୁଫେଣା ବସା ବାନ୍ଧି ରହୁଥିଲା। ଆକସ୍ମିତ ଭାବେ ଗୋଟିଏ ଚିଲ ପକ୍ଷୀ ଆସି ମହୁ ଖାଇବା ଆଶାରେ ମହୁ ଫେଣି ଉପରେ ଆକ୍ରମଣ କରିବା ଦ୍ୱାରା ମହୁମାଛି ମାନେ ଛିନଛତ୍ର ହୋଇ ଗାଈ ଚୋରାଳିଙ୍କ ଉପରେ ଆକ୍ରମଣ କରିଥିଲେ। ଯାହା ଦ୍ୱାରା ପାତ୍ରପୁଟ ଗ୍ରାମର 6 ଜଣ ବ୍ୟକ୍ତି ଯଥା-ରତନ ଗୌଡ଼, ସନ ଅମୋନାତ୍ୟ, ନବୀନ ପାତ୍ର, ସୁନାଧର ନାୟକ, ସୀମାଞ୍ଚଳ ପ୍ରଧାନୀ, ଆକ୍ରମଣରେ ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକ ମାନେ ପ୍ରଥମେ ପାତ୍ରପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। 5 ଜଣଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ହେଲା ପରେ ରତନ ଗୌଡ଼ଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ତେନ୍ତୁଳିଖୁଣ୍ଟି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *