20200710-bikashdube

ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର

Top Storise ଅପରାଧ ଦେଶ- ବିଦେଶ

କାନପୁର: ଉତ୍ତରପ୍ରଦେଶ ପୋଲିସକୁ ବଡ ସଫଳତା । କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ସମେତ ବହୁ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେକୁ ନିହତ କଲା ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ଏସଟିଏଫ ଟିମ ସହ ବିକାଶ ଦୁବେ ବସିଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ସେ ଖସିପଳାଇବାକୁ ଉଦ୍ୟମ କରିଥିବା ବେଳେ ପୁଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଦିନ ବିକାଶ ଦୁବେକୁ ଗିରଫ କରାଯାଇଥିଲା। ଯାହାକୁ ହେପାଜତରେ ନେଇଥିଲା ମଧ୍ୟପ୍ରଦେଶ ପୋଲିସ । ସ୍ଥାନୀୟ କୋର୍ଟରେ ହାଜର ପରେ ବିକାଶକୁ ଉତ୍ତରପ୍ରଦେଶ ପୋଲିସ ରିମାଣ୍ଡରେ ଆଣିଥାନ୍ତା ।

ମୋଷ୍ଟ ଓ୍ୱାଣ୍ଟେଡ ବିକାଶକୁ ଧରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ତାକୁ ଖୋଜୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ବିଗତ ସାତ ଦିନ ଭିତରେ ବିକାଶ ଦୁବେର ପାଞ୍ଚ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା ଉତ୍ତରପ୍ରଦେଶ ପୋଲିସ ।

Leave a Reply

Your email address will not be published. Required fields are marked *