ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଅନେକ ଦିନ ବିତି ଯାଇଥିଲେ ବି ଏବେ ମଧ୍ୟ ଲୋକଙ୍କ ମନରୁ ଲିଭିନି ସୁଶାନ୍ତଙ୍କ ଜଲୱା। ତାଙ୍କର ହସ ହସ ମୁହଁ ସାଙ୍ଗକୁ କମେଡି କରିବାର ଅନ୍ଦାଜ ସଭିଙ୍କୁ ମତୁଆଲା କରୁଥିଲା। ଖାଲି ଦର୍ଶକ ନୁହଁନ୍ତି, ବରଂ ସେଲିବ୍ରେଟିମାନେ ବି ସୁଶାନ୍ତଙ୍କ ଅନ୍ଦାଜକୁ ଖୁବ୍ ପସନ୍ଦ କରୁଥିଲେ।
ଥରେ ଏକ ମଞ୍ଚରେ କିଙ୍ଗ୍ ଖାନ ଶାହାରୁଖଙ୍କୁ ଖୁସି କରାଇ ଦେଇଥିଲେ ସୁଶାନ୍ତ। ସେ ଶାହାରୁଖଙ୍କ ସାମ୍ନାରେ ତାଙ୍କର ଏକ ଅଭିନୟ କରି ଦେଖାଇବା ପରେ ଖୁସିରେ କୁଣ୍ଢାଇ ପକାଇଲେ ଶାହାରୁଖ୍। ସୁଶାନ୍ତଙ୍କର ସେହି ଭିଡିଓଟି ଏବେ ଇନ୍ଷ୍ଟାଗ୍ରାମ୍ରେ ଘୂରି ବୁଲିବାରେ ଲାଗିଛି।