ଯୌନ ଉପଭୋଗ ଖରାପ କରୁଥିବା ଖାଦ୍ୟ

Top Storise ଜୀବନଚର୍ଯ୍ୟା

କିଛି ଖାଦ୍ୟ ଆପଣଙ୍କ ସେକ୍ସ ଡ୍ରାଇଭକୁ ବଢ଼ାଇପାରେ, କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହାକୁ ଯୌନ ସମ୍ପର୍କ ପୂର୍ବରୁ ଖାଇବା ଉଚିତ ନୁହେଁ । କଳ୍ପନା କରନ୍ତୁ ଯେ ଆପଣ ନିଜର ସାଥୀ ସହିତ ଅନ୍ତରଙ୍ଗ ହେବା ସମୟରେ ପେଟ ଫୁଲିବା ପରି ସମସ୍ୟା ଅନୁଭବ କରିବେ । ଏପରି ହେଲେ ଆପଣଙ୍କ ଯୌନ ଇଚ୍ଛା ସଙ୍ଗେ ସଙ୍ଗେ ତଳକୁ ଖସିବା ଆରମ୍ଭ କରିବ । ଆପଣ ଭାବୁଥିବେ ହଠାତ୍ କ’ଣ ହେଲା, କିନ୍ତୁ ଆପଣ ଖାଇଥିବା ଖାଦ୍ୟ ଏଥି ପାଇଁ ଦାୟୀ । ଯାହା ଆପଣଙ୍କର ପୁରା ମନୋବଳକୁ ନଷ୍ଟ କରିଦିଏ ।

ତେଣୁ ଆମେ ଏଠାରେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ ସହବାସ କରିବା ପୂର୍ବରୁ ଏଡାଇବା ଉଚିତ ।

୧. ପନିର – ଯଦି ଆପଣଙ୍କ ଲାକ୍ଟୋଜ୍ ପାଇଁ ଆଲର୍ଜି ଅଛି, ତେବେ ପନିରଠାରୁ ନିଶ୍ଚିୟ ଦୂରରେ ରହିବା ଉଚିତ । ମୋଜାରେଲା, ରିକୋଟା କିମ୍ବା କଟେଜ ପନିରରେ ମଧ୍ୟ ଅଧିକ ମାତ୍ରାରେ ଲାକ୍ଟୋଜ୍ ଥାଏ, ଯାହା ପେଟରେ ଘୋର ସମସ୍ୟା ସୃଷ୍ଟି କରିପାରେ । ତେଣୁ ପନିର ଖାଇବା ଦ୍ୱାରା ଆପଣଙ୍କ ଅନ୍ତରଙ୍ଗ ସମୟରେ ବାଧା ଆସିପାରେ । ତେଣୁ ଯଦି ଆପଣ ଆଜି ରାତିରେ ସାଥୀ ସହିତ ଏକ ଭଲ ସମୟ କଟାଇବାକୁ ଚାହୁଁଛନ୍ତି, ତେବେ ପିଜା, ପାସ୍ତା ଓ ବର୍ଗର ଇତ୍ୟାଦି ଖାଇବା ଠାରୁ ଦୂରେଇ ରୁହନ୍ତୁ!

୨. ମସଲାଯୁକ୍ତ ଖାଦ୍ୟ – ଯଦି ଆପଣ ନିଜର ଯୌନ ଜୀବନକୁ ମସଲାଯୁକ୍ତ କରିବାକୁ ଚାହୁଁଛନ୍ତି, ତେବେ ମୈଥୁନ ପୂର୍ବରୁ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଏହି ଖାଦ୍ୟ ଆପଣଙ୍କ ଛାତିର ଉପର ଭାଗରେ ଜ୍ୱଳନ ବା ଅସହଜ (ଏସିଡ୍ ରିଫ୍ଲେକ୍ସ) କରିବା ସହ ପାଚନ ସମସ୍ୟା ବଢ଼ାଇପାରେ । ଯାହାକୁ ଆପଣ କେବ ପସନ୍ଦ କରବେ ନାହିଁ?

୩. ବିନ୍ସ – ଆପଣ ବିନ୍ସ ସହିତ ପ୍ରସ୍ତୁତ କୌଣସି ଖାଦ୍ୟ ଖାଇବାକୁ ଭଲପାଇ ପାରନ୍ତି କିନ୍ତୁ ସଂଭୋଗ ପୂର୍ବରୁ ଏହି ଖାଦ୍ୟ ନଖାଇବା ଭଲ । ବିନ୍ସରେ ଅନେକ ଶର୍କରା ଅଣୁ ରହିଥାଏ ଯାହା ହଜମ କରିବା କଷ୍ଟକର ହୁଏ । ଏହା ମଳଦ୍ୱାରରେ ପହଞ୍ଚିବା ପୂର୍ବରୁ ଜୀବାଣୁମାନେ ଏହି ଅଣୁଗୁଡ଼ିକୁ ବାୟୁରେ (ଗ୍ୟାସ) ପରିଣତ କରିଦିଅନ୍ତି । ତେଣୁ ଆପଣ ନିଶ୍ଚିତ ଭାବରେ ରାତିସାରା ପାଡ଼ିବା ପରିସ୍ଥିତି ଠାରୁ ଦୂରରେ ରହିବା ଉଚିତ ।

୪. ପିଆଜ ଏବଂ ରସୁଣ – ଆମେ ସମସ୍ତେ ଜାଣୁ ଯେ ପାଟି ଓ ଆମ ନିଶ୍ୱାସରେ ପିଆଜ ଏବଂ ରସୁଣ କିପରି ଗନ୍ଧ କରିଥାଏ । କେବଳ ସେତିକି ନୁହେଁ, ଏହା ଆପଣଙ୍କ ଶରୀରର ବାସନାକୁ ମଧ୍ୟ ପରିବର୍ତ୍ତନ କରିପାରେ । ତେଣୁ ସଂଭୋଗ ପୂର୍ବରୁ ପିଆଜ ଓ ରସୁଣ ଠାରୁ ଦୂରେଇ ରହିବା ଆବଶ୍ୟକ । ଆପଣଙ୍କ ସ୍ୱପ୍ନର ରାତିକୁ ଅଧିକ ମଧୁମୟ କରିବା ପୂର୍ବରୁ ଏହି ପ୍ରିୟ ଖାଦ୍ୟ ଖାଆନ୍ତୁ ନାହିଁ ।

୫. ମିଠାଯୁକ୍ତ ଖାଦ୍ୟ – ଯଦି ଆପଣ ସର୍ବଦା ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ଖରାପ ଖବର ଅଟେ । ଚିନିରେ ପ୍ରସ୍ତୁତ ସମସ୍ତ କେକ୍, ମିଠା ଏବଂ କୁକିଜ୍ ଆପଣଙ୍କ ଯୌନ ଅନୁଭବକୁ ଖରାପ କରିପାରେ । ଏହାର କାରଣ ଚିନିରେ ଅଧିକ ପରିମାଣର ଟ୍ରାନ୍ସଫ୍ୟାଟ୍ ଏବଂ ଶର୍କରା ଅଛି । ଯାହା ଆପଣଙ୍କ ଚରମ ସୁଖ ଅବସ୍ଥାରେ ପହଞ୍ଚିବା ପୂର୍ବରୁ ସମସ୍ୟା ସୃଷ୍ଟି କରିପାରେ । କେବଳ ଏତିକି ନୁହେଁ, ଅଧିକ ମିଠା ଆପଣଙ୍କ ଶରୀରରେ ଇନସୁଲିନର ସ୍ତରକୁ ମଧ୍ୟ ବଢ଼ାଇଥାଏ ।

୬. ଜଙ୍କ ଫୁଡ୍ – ଆମେ ସମସ୍ତେ ଜାଣୁ ଯେ ଜଙ୍କ ଫୁଡ୍ ଖାଇବା ଅର୍ଥ ହେଉଛି କାର୍ବୋହାଇଡ୍ରେଟ୍ର ଅଧିକ ମାତ୍ରାରେ ସେବନ କରିବା । ଏହା ଅଧିକ ପରିମାଣରେ ଖାଇବା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରା ସ୍ତର କମିଯାଏ ଏବଂ ଆପଣଙ୍କୁ ଥକାପଣ ଓ ଅଳସୁଆ ଅନୁଭବ କରାଇବ । ଯଦି ନିଜର ଯୌନ ଜୀବନକୁ ମସଲାଯୁକ୍ତ କରିବାକୁ ଚାହୁଁଛ, ତେବେ ବାହାର ଖାଦ୍ୟ ସାମଗ୍ରୀ ଖାଅ ନାହିଁ ।

୭. ସୋୟା ଉତ୍ପାଦ – ସୋୟା ଖାଦ୍ୟ ଖାଇବା ହିତକର କିନ୍ତୁ ଏହା ଅଧିକ ପରିମାଣରେ ଖାଇଲେ ଏହା ହରମୋନ୍ ଅସନ୍ତୁଳନ ସୃଷ୍ଟି କରିପାରେ । ଯେଉଁଥିପାଇଁ ଆପଣ ଯୌନ ଇଚ୍ଛା ହ୍ରାସ ହୋଇପାରେ । ତେଣୁ ସାଥୀଙ୍କ ସହ ଶୋଇବା ପୂର୍ବରୁ ସୋୟା ଉତ୍ପାଦ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

୮. କାର୍ବୋନେଟେଡ୍ ପାନୀୟ – ସମସ୍ତେ ଜାଣନ୍ତି ଯେ କାର୍ବୋନେଟେଡ୍ ପାନୀୟ ଅସ୍ୱାସ୍ଥ୍ୟକର କିନ୍ତୁ ଯୌନ ସମ୍ପର୍କ ପୂର୍ବରୁ ଏହା ସବୁଠାରୁ ଖରାପ ପାନୀୟ । କାରଣ ଏହିସବୁ ପିଇବା ପରେ ଆପଣଙ୍କ ପେଟ ଫୁଲିଯାଏ ଏବଂ ପେଟରେ ଗ୍ୟାସ ସୃଷ୍ଟି ହେବାକୁ ଲାଗେ । ସଂଭୋଗର ଆନନ୍ଦ ଉଠାଇବା ପୂର୍ବରୁ ଏହାର ସେବନ କରିବା ଉଚିତ ନୁହେଁ ।

୯. ମଦ୍ୟପାନ – ଅଧିକାଂଶ ଲୋକ ଭାବନ୍ତି ଯେ ହାଲୁକା ନିଶା ଆପଣଙ୍କ ସହବାସ ପରିବେଶକୁ ଅଧିକ ଗରମ କରିବ । କିନ୍ତୁ ବାସ୍ତବତା ହେଉଛି ମଦ୍ୟପାନ ଆପଣଙ୍କ ଲିବିଡୋ ଏବଂ ସେକ୍ସ ଡ୍ରାଇଭ ପାଇଁ ବିପଜ୍ଜନକ ଅଟେ । ମଦ୍ୟପାନ ମେଲାଟୋନିନ୍ ବଢ଼ାଇଥାଏ, ଏହି ହରମୋନ୍ ଯାହା ଶୋଇବାକୁ ପ୍ରବର୍ତ୍ତାଏ ଏବଂ ଆପଣଙ୍କ ଯୌନ ଇଚ୍ଛା (ଲିବିଡୋ) ମଧ୍ୟ ବଦଳାଇପାରେ । ଏହା ପରବର୍ତ୍ତୀ ସମୟରେ ଆପଣଙ୍କୁ ଥକ୍କା କରିପାରେ, ଯେପରି ସଂଭୋଗ ପାଇଁ ଆପଣ ପ୍ରସ୍ତୁତ ନୁହଁନ୍ତି ।

୧୦. ଲୁଣିଆ ଖାଦ୍ୟ – ସଂଭୋଗ ପୂର୍ବରୁ ଉଚ୍ଚ ଲୁଣିଆ ଖାଦ୍ୟ ଖାଇବା ଉଚିତ ନୁହଁ । କାରଣ ଲୁଣଯୁକ୍ତ ଖାଦ୍ୟ ଶୀଘ୍ର ପେଟ ଫୁଲିବା ଆରମ୍ଭ କରେ । ଏହା ବ୍ୟତୀତ ଏହା ଆପଣଙ୍କ ରକ୍ତ ପ୍ରବାହକୁ ହ୍ରାସ କରି ଅର୍ଗାଜିମ୍ ପହଞ୍ଚିବାରେ ମଧ୍ୟ ରୋକିପାରେ ।

ପରବର୍ତ୍ତୀ ସମୟରେ ସଂଭୋଗ ପୂର୍ବରୁ ଏହିସବୁ ଖାଦ୍ୟକୁ ଉପଭୋଗ କରିବା ବଦଳରେ, ସାଥୀଙ୍କ ସହ ସଂଭୋଗର ଆନନ୍ଦ ଉପଭୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *