ରାଜଧାନୀ ଛାତି ଉପରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ବଳାତ୍କାର ଅଭିଯୋଗ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ରାଜଧାନୀରେ ବଢିଚାଲିଛି ଅପରାଧିକ ମାମଲା। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ବସଷ୍ଟାଣ୍ଡ ନିକଟରେ ଥିବା ଏକ ଢାବା ମ୍ୟାନେଜର ଜଣେ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ରାଜଧାନୀ ଛାତି ଉପରେ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ ଘଟିଛି ଏହି ଛାତିଥରା ଘଟଣା।

ଅଭିଯୁକ୍ତ ମ୍ୟାନେଜର ଜଣଙ୍କ ​​ଭୁବନେଶ୍ୱରର ୟୁନିଟ୍ -୩ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାମ ସୁକାନ୍ତ ନାୟକ ବୋଲି ସୂଚନା ମିଳିଛି। ପୋଲିସର ସୂଚନାନୁଯାୟୀ, ଏହି ଗରିବ ଦମ୍ପତି ଅନେକ ବର୍ଷ ଧରି ଢାବାରେ କାମ କରୁଥିଲେ। ତେବେ ଘଟଣାଦିନ ଢ଼ାବାରେ କେହି ନଥିବା ବେଳେ ଉକ୍ତ ଢ଼ାବାର ମ୍ୟାନେଜର ମହିଳା ଜଣଙ୍କୁ ବଳାତ୍କାର କରିଥିଲେ। ପୀଡିତାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଏକ ଶକ୍ତ ଧକ୍କା ଦେଇ ତଳେ ପକାଇଦେଇଥିଲେ।

ଅନ୍ୟପଟେ ଘଟଣା ସମ୍ପର୍କରେ କାହାକୁ କହିବାକୁ ସାହସ କଲେ ଦମ୍ପତିଙ୍କୁ ଚାକିରିରୁ ବାହାର କରିଦେବାକୁ ମ୍ୟାନେଜର ଧମକ ମଧ୍ୟ ଦେଇଥିଲା।

ଏହି ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଢ଼ାବା ମ୍ୟାନେଜରଙ୍କୁ ଗିରଫ କରିଥିଲେ। ଏହି ଘଟଣାରେ ପୀଡିତା ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏକ ବଳାତ୍କାର ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *