ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି କରୋନା ସଂକ୍ରମିତ

Top Storise ଦେଶ- ବିଦେଶ

ଜୟପୁର: ଭାଇରସ କବଳରେ ଭିଆଇପି । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମିତ । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ଅଶୋକ ଗେହଲଟ୍ ଟ୍ୱିଟ୍ କରି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କ ଘର କଟକ ଜିଲ୍ଲାରେ । ଏହା ପୂର୍ବରୁ ସେ ବମ୍ୱେ ହାଇକୋର୍ଟରେ ବିଚାରପତି ଥିଲେ ।

Leave a Reply

Your email address will not be published. Required fields are marked *