Raygada-ShutDown

ରାୟଗଡାରେ ୭୨ ଘଣ୍ଟିଆ ସଟଡାଉନ୍

Top Storise ରାଜ୍ୟ

ରାୟଗଡ଼ା: ମହାମାରୀ କରୋନା ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଲକଡାଉନ ଏବଂ ସଟଡାଉନକୁ ବୃଦ୍ଧି କରିଛନ୍ତି । ଗତ ୨୪ ଘଣ୍ଟାରେ ରାୟଗଡା ଜିଲ୍ଲାରେ ନୂଆ ୧୬୪ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାରେ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି । ୭୨ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନରେ ରହିବ ଜିଲ୍ଲା । ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ତିନି ଦିନ ବନ୍ଦ ରହିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଗୋଟିଏ ଦିନରେ ଦେଢ଼ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ସଟଡାଉନ୍ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏହି ସମୟରେ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ ସାନିଟାଇଜ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ୮୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ଆକ୍ଟିଭ୍ କେସ୍ ରହିଛି ୪୫୦ । ସେହିଭଳି ମହାମାରୀ ସଂକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *