ରୋଷେଇ କଲେ ପାଣ୍ଡ୍ୟା

କ୍ରୀଡ଼ା

ଭଦୋଦରା: କରୋନା ସଙ୍କଟ ପାଇଁ ଘରେ ରହିବାକୁ ବାଧ୍ୟ ହୋଇଥିବା ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ରୋଷେଇ ଶିଖିବା ଆରମ୍ଭ କରିଛନ୍ତି। ନିଜ ହାତରେ ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ପାର୍ଟନର ନତାଶା ଷ୍ଟଙ୍କୋଭିକଙ୍କୁ ବି ଖୁଆଉଛନ୍ତି। ସୋମବାର ପାଣ୍ଡ୍ୟା ପ୍ରଥମେ ନିଜ ରୋଷଶାଳାରେ କିଛି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରୁଥିବାର ଫଟୋ ପ୍ରକାଶ କରିଥିଲେ। ଏହା ପରେ ଆଉ ଏକ ଫଟୋ ଛାଡ଼ି ବଟର ସମଲା ପ୍ରସ୍ତୁତ କରୁଥିଲେ ବୋଲି ଜଣାଇଥିଲେ। ଦୁଇଟି ଯାକ ଫଟୋ ତଳେ ସେ ଲେଖିଥିଲେ ଯେ କିଛି ଗୋଟାଏ ନୂଆ ଶିଖିବାର କୌଣସି ସମୟ ସୀମା ନଥାଏ। ଏବେ ମୋର ରୋ‌ଷେଇ ଡ୍ୟୁଟି ପଡ଼ିଛି। ବଟର ମସଲା ପ୍ରସ୍ତୁତ କରିଛି। ସୂଚନାଯୋଗ୍ୟ ଯେ ଗତମାସ ୩୧ ତାରିଖରେ ପାଣ୍ଡ୍ୟା ନିଜ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଜଣାଇଥିଲେ। ଖୁବଶୀଘ୍ର ସେ ବାପା ହେବାକୁ ଯାଉଛନ୍ତି ବୋଲି ପ୍ରକାଶ କରିଥିଲେ। ଏହା ପୂର୍ବରୁ ନୂଆ ବର୍ଷର ଠିକ୍ ପୂର୍ବରୁ ସର୍ବିୟା ଅଭିନେତ୍ରୀ ନତାଶାଙ୍କ ସହ ନର୍ବନ୍ଧ ଖବର ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ନତାଶା-ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭା‌ବେ ବିବାହ କରି ନଥିଲେ ମଧ୍ୟ ପିତା-ମାତା ହେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *