‘ସବୁ ଘରକୁ ପାଇପ ଯୋଗେ ପହଞ୍ଚିବ ପାନୀୟ ଜଳ’

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ବର୍ଷ ବର୍ଷ ଧରି ଜଳର ଅଭାବ ଏବଂ ପିଇବା ପାଇଁ ବିଶୁଦ୍ଧ ପାଣି ଓ ଜଳସେଚନ ଓଡ଼ିଶା ପାଇଁ ବଡ ଆହ୍ୱାନ ସଦୃଶ ହୋଇଛି । ମୋଦି ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ ୮୧.୨୫ ଲକ୍ଷ ପରିବାର ରହିଛି । ସେଥିମଧ୍ୟରୁ ୪ ପ୍ରତିଶତରୁ କମ୍ ପରିବାର ପାଇପ୍ ପାଣି ପାଉଛନ୍ତି । ଚଳିତବର୍ଷ ଜଳ ଜୀବନ ମିସନ ଅଧୀନରେ ଓଡ଼ିଶାକୁ ୮୧୨କୋଟି ଟଙ୍କା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦା ବଢ଼ାଇବ । ସ୍ୱଚ୍ଛତା ପରେ ଜଳ ସୁରକ୍ଷା ଭାରତର ନୂଆ ସଙ୍କଳ୍ପ ପାଲଟିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସମସ୍ତ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦାକୁ ବଢ଼ାଇବ, ରୋଜଗାର ସୃଷ୍ଟି କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣ କଳ୍ପନାରେ ବଡ଼ ଯୋଗଦାନ ରହିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

Leave a Reply

Your email address will not be published. Required fields are marked *