ସମ୍ବଲପୁର: ନୂଆଁଖାଇ ପାଇଁ ସମ୍ବଳପୁର ପରେ ଝାରସୁଗୁଡାରେ ସଟ୍ଡାଉନ୍ ହଟିଛି । ସାପ୍ତାହିକ କଟକଣାକୁ କୋହଳ କରାଯାଇଛି । ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । କିନ୍ତୁ ଏହି ସମୟରେ ସପ୍ତାହାନ୍ତ କଟକଣା ରହିଥିବା ବେଳେ ଏହାକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୨ ତାରିଖରେ ନୂଆଁଖାଇ କିଣାକିଣି ପାଇଁ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।
ଅନ୍ୟପଟେ ୨୩ ତାରିଖରେ ନୂଆଁଖାଇ ପାଇଁ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କୋହଳ ହେବ କଟକଣା । ଦୁଇ ଚକିଆ ଗାଡିରେ ଦୁଇଜଣ ଯାତ୍ରା କରିପାରିବେ ବୋଲି ଜିଲ୍ଲାପାଳ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ।