ସରକାରଙ୍କ ବିରୋଧରେ ମିଛ କହିବାକୁ ହାଥ୍ରାସ ପରିବାରକୁ ଦିଆଯାଇଛି ୫୦ଲକ୍ଷ!

Top Storise ଅପରାଧ ଦେଶ- ବିଦେଶ

ହାଥ୍ରାସ: ହାଥ୍ରାସ ମାମଲା ପରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଦାଖଲ ହୋଇଥିବା ୧୯ଟି ଏଫ୍ଆଇଆର୍ (ପ୍ରଥମ ସୂଚନା ରିପୋର୍ଟ) ମଧ୍ୟରୁ ଗୋଟିଏରେ ଅଜ୍ଞାତ ଲୋକଙ୍କ ଦ୍ୱାରା ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି।

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ  ଆକ୍ରମଣ ପରେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପରିବାର ଏବଂ ଚାରି ଜଣ ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମ ଅଭିଯୋଗରେ ରାଜ୍ୟ ସରକାରଙ୍କୁ ମିଛ କହିବା ପାଇଁ ପରିବାରକୁ ୫୦ ଲକ୍ଷ ଅଫର ଦିଆଯାଇଥିଲା।

ହାଥ୍ରାସରେ ଦାଖଲ ହୋଇଥିବା ୬ଟି ଏଫ୍ଆଇଆର୍ ମଧ୍ୟରୁ ଜଣେ ସବ ଇନ୍ସପେକ୍ଟରଙ୍କ ଅଭିଯୋଗ ଅନୁସାରେ, ସରକାରଙ୍କ ବିରୁଦ୍ଧରେ ଅସତ୍ୟ କହିବା ପାଇଁ ମହିଳାଙ୍କ ପରିବାରକୁ ୫୦ ଲକ୍ଷ ପ୍ରଦାନ କରାଯାଇଛି । କେଉଁ ବ୍ୟକ୍ତିଙ୍କ ଦ୍ୱାରା ଏହି ୫୦ଲକ୍ଷ ଦିଆଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ଦାୟର ହୋଇଥିବା ଏକ ଏଫ୍ଆଇଆରରେ ଉତ୍ତରପ୍ରଦେଶରେ ଜାତିଗତ ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସ କରାଯାଇଥିବା ମଧ୍ୟ ଉଲ୍ଲେଖ କରାଯାଇଛି ।

ଏଥିରେ କୁହାଯାଇଛି ଯେ ଜଣେ ଅଜ୍ଞାତ ସାମ୍ବାଦିକ ପୀଡିତାଙ୍କ ଅଭିଭାବକଙ୍କୁ ସେମାନେ ୟୁପି ସରକାରଙ୍କୁ ନେଇ ସନ୍ତୁଷ୍ଟ ନଥିବା ବାଇଟରେ କହିବା ପାଇଁ ଚାପ ପ୍ରୟୋଗ କରିଛନ୍ତି ।

ୟୁପି ପୋଲିସ ଏଫଆଇଆରରେ କହିଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ମିଥ୍ୟା ବିବୃତ୍ତି ଦିଆଯାଇଛି ଏବଂ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଷଡଯନ୍ତ୍ର କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି ।

ସାରା ରାଜ୍ୟରେ ଏଯାବତ ମୋଟ ୧୯ ଟି ଏଫ୍ଆଇଆର୍ ଦାଖଲ କରାଯାଇଥିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *