ଭୁବନେଶ୍ୱର: ଆମେ କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଉପରେ ପ୍ରକୃତରେ ବିଶ୍ୱାସ କରୁଛେ ସମସ୍ତ କାର୍ଯ୍ୟ ସେଇ ମହାପ୍ରଭୁଙ୍କ ଉପରେ ଛାଡ଼ି ଦିଅନ୍ତୁ, ସେ ନିଷ୍ପତ୍ତି କରିବେ କେଉଁଟା ଭୁଲ କେଉଁଟା ଠିକ୍ । ତାହା ନ କରି ଟିଭି ଆଉ ଖବରକାଗଜରେ ରଥଯାତ୍ରା ଓ କରୋନାକୁ ନେଇ ଯେଉଁ ତୁମ୍ବି ତୋଫାନ ଚାଲିଛି ତାହା ଠିକ୍ ନୁହେଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ଆମର ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ଯାହା ହେବ ଠିକ୍ ହେବ । କିନ୍ତୁ ସରକାର ଠିକ୍ ସମୟରେ ନିଷ୍ପତି ନେଇ ପାରିଲେ ନାହିଁ। ଯଦି ନିଷ୍ପତି ନେଇଥାନ୍ତେ ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ସରକାର ଡରିକି ନିଷ୍ପତି ନେବାରେ କାହିଁକି ବିଳମ୍ବ କଲେ ସେ ସେକଥା ସରକାର ଜାଣିଥିବେ । କିନ୍ତୁ ମୋର ଯାହା ମନହୁଏ ଯେକୌଣସି ସରକାର ଏ ନିଷ୍ପତି ନେବାରେ ଭୟ କରିବେ ଏହି କରୋନା ମହାମାରୀ ସମୟରେ । ତେଣୁ ସରକାର ଭୟରେ ବିଳମ୍ବ କଲେ ଏବଂ ନିଷ୍ପତି ନେଇପାରିଲେ ନାହିଁ । କାରଣ ଏ ଯେଉଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ ସେଥିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନ ଅଧିକ ହୁଏ ତାକୁ ସମ୍ଭାଳିବା ମୁସ୍କୁଲି ହେବ । ସାରା ଓଡ଼ିଶା କ’ଣ ସାରା ଭାରତବର୍ଷ ଭୟାବହ ପରିସ୍ଥିତି ସୃଷ୍ଟି ହେବ । ସେଇ ବଦନାମ ନେବା ପାଇଁ ସରକାର ଚାହିଁଲେନି ବା ସେତିକି ଭୟ ତାଙ୍କ ମନଭିତରୁ ଦୂର ହୋଇପାରିଲା ନାହିଁ ବାହାରେ ଥାଇ କହିବା ବହୁତ ସୁବିଧା ତେଣୁ ନିଶ୍ଚିତ ଭାବେ ସରକାରଙ୍କ ମନରେ ଭୟର ସଂଚାର ହେଲା ଏବଂ ଭୟ ଜନିତ କାରଣରୁ ଏ ନିଷ୍ପତି ନେଇପାରିଲେ ନାହିଁ । ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶମତେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି ଏବଂ ଏହାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ ।