ସୁଶାନ୍ତ ସିଂଙ୍କ ମୃତ୍ୟୁ କୌଣସି ଜାତୀୟ ସୁରକ୍ଷା ପ୍ରସଙ୍ଗ ନୁହେଁ; ଅନୁପ ଜଲୋଟା

Top Storise ଅପରାଧ ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଜଣାଶୁଣା ଗାୟକ ତଥା ଭାରତୀୟ ଜନତା ପାର୍ଟିର ସଦସ୍ୟ ଅନୁପ ଜାଲୋଟା କହିଛନ୍ତି ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ଜାତୀୟ ପ୍ରସଙ୍ଗ ଭାବେ ଦେଖାଯାଉଛି, କିନ୍ତୁ ଏହା ଜାତୀୟ ପ୍ରସଙ୍ଗ ନୁହେଁ। ଏହି ମାମଲା ଲୋକଙ୍କ ଭାବନା ସହିତ ଜଡିତ ଏବଂ ଲୋକମାନେ ଅଦାଲତର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍।

ଅନୁପ ଜାଲୋଟା ଗଣମାଧ୍ୟମକୁ କହିଛନ୍ତି, “ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ମାମଲା ଜାତୀୟ ପ୍ରସଙ୍ଗ ଭାବରେ ଉପସ୍ଥାପିତ ହୋଇଥିବାବେଳେ ଏହା କିନ୍ତୁ ଜାତୀୟ ପ୍ରସଙ୍ଗ ନୁହେଁ। ଏହା ଜଣେ ଅଭିନେତା ଏବଂ ତାଙ୍କ ପ୍ରେମିକାଙ୍କ ବିଷୟରେ।

ଏହା କୌଣସି ଜାତୀୟ ସୁରକ୍ଷା ପ୍ରସଙ୍ଗ ନୁହେଁ ସେଥିପାଇଁ ଏହାକୁ ପ୍ରାଥମିକ ପ୍ରସଙ୍ଗ ଭାବେ ଉଠାଯିବା ଉଚିତ ନୁହେଁ, କିମ୍ବା ଏହାକୁ ନେଇ ସଡ଼କ ଉପରେ କୌଣସି ପ୍ରଦର୍ଶନ କରାଯିବାର ଆବଶ୍ୟକତା ନାହିଁ।

ଅନୁପ ଜଲୋଟା ଭଜନ ସମ୍ରାଟ ଭାବରେ ଜଣାଶୁଣା। ୨୦୦୪ରେ ସେ ବିଜେପି ସଦସ୍ୟତା ଗ୍ରହଣ କରିଥିଲେ। ସେ କହିଛନ୍ତି, “ଯେ ସୁଶାନ୍ତ ସିଂ ରାଜପୁତ ଜଣେ ପ୍ରକୃତ ଭଲ ଅଭିନେତା ଥିଲେ। ମୁଁ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରେ, ମୁଁ ତାଙ୍କୁ ଭେଟିଛି କିନ୍ତୁ ତାଙ୍କ ମୃତ୍ୟୁକୁ ଜାତୀୟ ପ୍ରସଙ୍ଗ କରାଯିବା ଉଚିତ ନୁହେଁ। ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯିବା ଉଚିତ।”

Leave a Reply

Your email address will not be published. Required fields are marked *