ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ୭୩ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ମନ୍ଦିରମାଳିନୀ ସହରରୁ ବିଶ୍ୱସ୍ତରୀୟ ସ୍ମାର୍ଟସିଟିରେ ପରିଣତ ହୋଇଛି ଭୁବନେଶ୍ୱର । ଏବେ ଭାରତର ଖେଳ ରାଜଧାନୀ ଭାବେ ଭୁବନେଶ୍ୱର ଉଭା ହୋଇଛି । ଭୁବନେଶ୍ୱର ସ୍ମାରକୀ, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ କରି ଭୁବନେଶ୍ୱରକୁ ଏକ ଜୀବନ୍ତ ସହର ଭାବେ ବିକଶିତ କରିବାକୁ ନିରନ୍ତର ପ୍ରୟାସ କରାଯାଉଥିବା ଉଲ୍ଲେଖ […]

Continue Reading

ଛତିଶଗଡ଼ରେ କରୋନା ବ୍ରେକ ଫେଲ୍: ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି

ଭୁବନେଶ୍ୱର: ଛତିଶଗଡ଼ରେ କରୋନା ସ୍ଥିତି ସାଂଘାତିକ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ସେପଟେ ବ୍ୟାପୁଛି, ଏପଟେ ଓଡ଼ିଶାରେ ବଢୁଛି । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୫୭୬ ନୂଆ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛି ୧୭୮୪ ପଜିଟିଭ୍ । ଏଥିରୁ ଛତିଶଗଡ଼ ସୀମାନ୍ତ ୮ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୭୮୭ । ଅର୍ଥାତ ଆଜି ଯେତିକି ନୂଆ ଆକ୍ରାନ୍ତ ତାର ୪୪ ପ୍ରତିଶତ କେବଳ ଛତିଶଗଡ଼ […]

Continue Reading

ବାଲୁକା କଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ପୁରୀ ଜିଲ୍ଲାରେ ଦିନକୁ ଦିନ କାୟାବିସ୍ତାର କରି ଚାଲିଛି କରୋନା ସଂକ୍ରମଣ। ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହି ସଂକ୍ରମଣରୁ ଦୂରେଇ ରହିବା ପାଇଁ ସମସ୍ତେ ମାସ୍କ ପରିଧାନ କରିବାକୁ ସେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା […]

Continue Reading

ଦେଶରେ ଲକ୍ଷେ ୭୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୬୧ ହଜାର ୭୩୬ ଜଣ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୮୭୯ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୭୧ […]

Continue Reading

୭୩ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, କରୋନା ପାଇଁ ଉତ୍ସବ ନାହିଁ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ମାନ୍ୟତା । କରୋନା ଯୋଗୁ ଏବର୍ଷ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳନ ହୋଇଛି । ଏହି ଅବସରରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକଠାରେ ମାଲ୍ୟାର୍ପଣ କରିଛନ୍ତି । ଏତିକିବେଳେ ଉପସ୍ଥିତ ଥିଲେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା ଜିଲାପାଳ ଓ ଅନ୍ୟାନ୍ୟ […]

Continue Reading

ଟିଏମ୍‌ସି‌ ପରେ ଏବେ ବିଜେପି ପାଇଁ ପ୍ରଚାର କରୁଛନ୍ତି ମହିମା

ନୂଆଦିଲ୍ଲୀ: ବିଜେପି ପଚାର ମଇଦାନରେ ବଲିଉଡ୍‌ ଅଭିନେତ୍ରୀ ମହିମା ଚୌଧୁରୀ। ମହିମା ଚୌଧୁରୀ ସୋମବାର ଦିନ ପଶ୍ଚିମବଙ୍ଗର ଲେକ୍‌ ଟାଉନ୍ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ତେବେ କୌତୁହଳର ବିଷୟ ହେଉଛି ଯେ ମହିମା ଚୌଧୁରୀ ଗତ ସପ୍ତାହରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଏକ ରୋଡ୍ ସୋରେ ହାଜର ହୋଇଥିଲେ। ଏଭଳି ତୀବ୍ର ରାଜନୈତିକ ପରିବେଶରେ ମହିମା ଚୌଧୁରୀ ଉଭୟ ବିଜେପି ଏବଂ ଟିଏମସି ପାଇଁ […]

Continue Reading

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୯ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ବୈଠକ ବସିଥିଲା । ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର […]

Continue Reading

ଭୁବନେଶ୍ୱର ୩ଟି ସ୍ଥାନରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ । ମୁକାବିଲା ପାଇଁ ପୁଣି ଥରେ କଟକଣା କଡ଼ାକଡ଼ି ହେଉଥିବା ବେଳେ ଚିକିତ୍ସା ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରାଗଲାଣି । ଭୁବନେଶ୍ୱରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାାଜଧାନୀରେ ୩ଟି ସ୍ଥାନରେ ଦେୟଯୁକ୍ତ ଗେଷ୍ଟ ହାଉସରେ ବ୍ୟବସ୍ଥା କରାଯାଇଛି । ପଟିଆ, ଘାଟକିଆ ଓ ଗଜପତି ନଗରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ପଟିଆରେ ଥିବା ମାଆ ଗେଷ୍ଟ ହାଉସ, ଘାଟିକିଆରେ […]

Continue Reading

ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ ସୁଦ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଚଣ୍ଡିଗଡ଼: ପଞ୍ଜାବର ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଅଭିନେତା ସୋନୁ ସୁଦ । ଗତବର୍ଷ କରୋନାର ଭୟଙ୍କର ସ୍ଥିତି ନେଇ ଜାରି ହୋଇଥିବା ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ ସମସ୍ତଙ୍କ ବଡ ଫ୍ୟାନ ହୋଇଯାଇଥିଲା । ତାଙ୍କ ମହାନତା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । କରୋନା କାଳରେ ଲୋକଙ୍କୁ ନିରନ୍ତର ସାହାଯ୍ୟ ପ୍ରଦାନ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ […]

Continue Reading

ଜାଣନ୍ତୁ ନାଇଟ୍‌ ୱାଚ୍‌ମ୍ୟାନ୍‌ରୁ ଆଇଆଇଏମ୍‌ ପ୍ରଫେସର ହୋଇଥିବା ଏହି ନିଆରା ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ: ୨୮ ବର୍ଷିୟ ରଣଜିତ ରାମଚନ୍ଦ୍ରନଙ୍କ ଯାତ୍ରା ଅନେକଙ୍କ ପାଇଁ ଆଜି ପ୍ରେରଣା ହୋଇପାରିଛି। ଅନେକଙ୍କ ଲୋକଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇପାରିଛନ୍ତି ରଣଜିତ। ଜଣେ ରାତ୍ରି ଜଗୁଆଳୀରୁ ରାଞ୍ଚିରେ ଆଇଆଇଏମ୍ ରେ ସହକାରୀ ପ୍ରଫେସର ଭାବରେ ନିଜ ଜୀବନକୁ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି ରଣଜିତ। ରଣଜିତ ରାମଚନ୍ଦ୍ରନ ଫେସବୁକରେ ଏକ ପୋଷ୍ଟ ଅପଲୋଡ୍ କରିଥିଲେ। ତାଙ୍କ ପୋଷ୍ଟ ଭାଇରାଲ ହେବା ସହ ଫେସବୁକରେ ୩୭,୦୦୦ ରୁ ଅଧିକ ଲାଇକ୍ ମିଳିଥିବା […]

Continue Reading