ନୂଆଦିଲ୍ଲୀ: ୨୮ ବର୍ଷିୟ ରଣଜିତ ରାମଚନ୍ଦ୍ରନଙ୍କ ଯାତ୍ରା ଅନେକଙ୍କ ପାଇଁ ଆଜି ପ୍ରେରଣା ହୋଇପାରିଛି। ଅନେକଙ୍କ ଲୋକଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇପାରିଛନ୍ତି ରଣଜିତ। ଜଣେ ରାତ୍ରି ଜଗୁଆଳୀରୁ ରାଞ୍ଚିରେ ଆଇଆଇଏମ୍ ରେ ସହକାରୀ ପ୍ରଫେସର ଭାବରେ ନିଜ ଜୀବନକୁ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି ରଣଜିତ।
ରଣଜିତ ରାମଚନ୍ଦ୍ରନ ଫେସବୁକରେ ଏକ ପୋଷ୍ଟ ଅପଲୋଡ୍ କରିଥିଲେ। ତାଙ୍କ ପୋଷ୍ଟ ଭାଇରାଲ ହେବା ସହ ଫେସବୁକରେ ୩୭,୦୦୦ ରୁ ଅଧିକ ଲାଇକ୍ ମିଳିଥିବା ଦେଖିବାକୁ ମିଳିଛି।
ତାଙ୍କର ଉଦ୍ୟମକୁ ପ୍ରଶଂସା କରି ଅର୍ଥମନ୍ତ୍ରୀ ଟି ଏମ ଥୋମାସ ଆଇଜାକ୍ ମଧ୍ୟ ସୋସିଆଲ ମିଡିଆରେ ରଣଜିତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ।
ଶ୍ରୀ ରାମଚନ୍ଦ୍ରନ କାସରାଗୋଡର ପାନଥୁରରେ ବିଏସଏନଏଲ ଟେଲିଫୋନ୍ ଏକ୍ସଚେଞ୍ଜରେ ରାତ୍ରି ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ। ସେ ଜିଲ୍ଲାର ଏକ କଲେଜରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି। ସେ ଏପ୍ରିଲ୍ ୯ ରେ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ତାଙ୍କ କାହାଣୀ ସେୟାର କରିଥିଲେ, ଯାହା ଅନେକ ଗୁଜବ ସୃଷ୍ଟି କରିଛି।
ରଣଜିତ୍ ତାଙ୍କ ଫେସବୁକ୍ ପୋଷ୍ଟରେ ଏକ ସ୍ୱଳ୍ପ ଆୟ ପୃଷ୍ଠଭୂମିରୁ ଆସିଥିବାରୁ ତାଙ୍କ କଲେଜ ଏବଂ ବୃତ୍ତିକୁ ପରିଚାଳନା କରିବାର ସଂଗ୍ରାମ ବିଷୟରେ କହିଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ ଦିନରେ କଲେଜରେ ପଢୁଥିଲି ଏବଂ ରାତିରେ ଟେଲିଫୋନ୍ ଏକ୍ସଚେଞ୍ଜରେ କାମ କରୁଥିଲି।
ଏହାପରେ ସେ ଆଇଆଇଟି, ମାଡ୍ରାସରେ ପାଠ ପଢିବାର ସୁଯୋଗ ଲାଭ କରିଥିଲେ। କିନ୍ତୁ ସେ କେବଳ ମାଲାୟାଲମ୍ ଭାଷା ଜାଣିଥିବାରୁ ଅଧ୍ୟୟନ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା। ନିରାଶ ହୋଇ ସେ ପିଏଚଡି ଛାଡିବାକୁ ସ୍ଥିର କଲେ, କିନ୍ତୁ ତାହା ନକରିବାକୁ ତାଙ୍କ ଗାଇଡ୍ କହିଥିଲେ।
ସେ କହିଛନ୍ତି ଯେ “ମୁଁ କଦାପି ଭାବି ନଥିଲି ଏହି ପୋଷ୍ଟ ଭାଇରାଲ ହେବ। ମୁଁ ମୋର ଜୀବନ କାହାଣୀ ପୋଷ୍ଟ କରିଥିଲି, ଏହା ଆଶା କରେ ଯେ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ମୁଁ ଚାହେଁ ସମସ୍ତେ ଭଲ ସ୍ୱପ୍ନ ଦେଖିନ୍ତୁ ଏବଂ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ଲଢନ୍ତୁ। ମୁଁ ଚାହେଁ ଯେ ଅନ୍ୟ ଲୋକମାନେ ଏହା ଦ୍ୱାରା ଅନୁପ୍ରାଣିତ ହୁଅନ୍ତୁ।