Skip to content
ଚଣ୍ଡିଗଡ଼: ପଞ୍ଜାବର ଆଣ୍ଟି-କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଅଭିନେତା ସୋନୁ ସୁଦ । ଗତବର୍ଷ କରୋନାର ଭୟଙ୍କର ସ୍ଥିତି ନେଇ ଜାରି ହୋଇଥିବା ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ ସମସ୍ତଙ୍କ ବଡ ଫ୍ୟାନ ହୋଇଯାଇଥିଲା । ତାଙ୍କ ମହାନତା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
କରୋନା କାଳରେ ଲୋକଙ୍କୁ ନିରନ୍ତର ସାହାଯ୍ୟ ପ୍ରଦାନ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନଜରକୁ ଆସିଥିଲେ ସୋନୁ । ନିଜ ବାସଭବନକୁ ଡାକି କଥା ହେବା ସହ ପଞ୍ଜାବର ଆଣ୍ଟି-କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର ନେଇ ସୋନୁଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ।
ସେ ଲେଖିଛନ୍ତି, ସୋନୁଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରି ମୁଁ ବେଶ୍ ଖୁସି ଅନୁଭବ କରୁଛି । ଟିକାକରଣ ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ଅଭିଯାନରେ ସୋନୁ ସାମିଲ୍ ହୋଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।
Post Views: 128