ପିପିଲିରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ ସହ ୨୯ ପ୍ଲାଟୁନ୍ OASP

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ । ୧୭ ତାରିଖରେ ଭୋଟ୍ ପଡ଼ିବ । ତାପୂର୍ବରୁ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ । ୨୯ ପ୍ଲାଟୁନ୍‌ OSAP ବି ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍‌ରେ ବିଭକ୍ତ କରାଯାଇଛି । ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ଏହି ସୂଚନା […]

Continue Reading

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉଦାରତା । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ । ଅଜିତ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକଥା ଜାଣିବା ପରେ ତାଙ୍କ ଭାଇଙ୍କୁ ଫୋନ୍ କରି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହ ଅଜିତ ମଙ୍ଗରାଜଙ୍କ ଦ୍ରୁତ ଆରୋଗ୍ୟ […]

Continue Reading

ସର୍ବାଧିକ କରୋନା ପ୍ରଭାବିତ ଦେଶ ତାଲିକାରେ ଦ୍ୱିତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧,୬୮,୯୧୨ ନୂତନ ସଂକ୍ରମଣ ମାମଲା ଆସିବା‌ ପରେ ଭାରତ ବିଶ୍ବରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି। ତଥ୍ୟ ଅନୁଯାୟୀ ବ୍ରାଜିଲର ୧୩.୪୫ ନିୟୁତ ମାମଲାକୁ ଅତିକ୍ରମ କରି ଭାରତର ସମୁଦାୟ ୧୩.୫୩ ମିଲିୟନରେ ପହଞ୍ଚିଛି। ୩୧.୨ ନିୟୁତ ମାମଲା ସହିତ ଆମେରିକା ବିଶ୍ବସ୍ତରରେ ଆଗୁଆ ରହିଛି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ କରୋନା ଜନିତ ମୃତ୍ୟୁ ୯୦୪ ରହିଛି। ଏହାସହିତ […]

Continue Reading

ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା, ଆଜିଠୁ ଆଗାମୀ ୫ ଦିନ ଯାଏଁ ସତର୍କ ସୂଚନା

ଭୁବନେଶ୍ବର: ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଆଜି ଅପରାହ୍ନରୁ ଆଗାମୀ ୫ ଦିନ ଯାଏ ଅର୍ଥାତ ୧୬ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଝଡ-ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କାଲି ସକାଳ ସୁଦ୍ଧା ୧୭ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୬ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନୟାଗଡ଼, […]

Continue Reading

ଟେନସନ୍ ଦେଉଛି ଛତିଶଗଡ଼: ସୀମାନ୍ତବର୍ତ୍ତୀ ଓଡ଼ିଶାର ୮ ଜିଲ୍ଲାରେ ମାଡୁଛି ମହାମାରୀ

ଭୁବନେଶ୍ୱର: ଓଡ଼ିଶାକୁ ଘାରିଛି ଛତିଶଗଡ଼ ଟେନସନ୍ । ସେଠି ବ୍ୟାପୁଛି ମହାମାରୀ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତ ୮ ଜିଲ୍ଲାରେ ଉପରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୧ ହଜାରରୁ ଅଧିକ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛନ୍ତି ୧୩ଶହ ୭୯ ପଜିଟିଭ୍ । ଏଥିରୁ କେବଳ ଛତିଶଗଡ଼ ସୀମାନ୍ତ ୮ ଜିଲ୍ଲାରୁ ଅଛନ୍ତି ୬୩୧ ସଂକ୍ରମିତ । ଯାହାକି ମୋଟ୍ ଆକ୍ରାନ୍ତଙ୍କ ୪୫ ପ୍ରତିଶତରୁ […]

Continue Reading

ମହାରାଷ୍ଟ୍ରରେ ଲାଗିବ ଲକଡାଉନ୍ ? ଆଜି ଟାକ୍ସଫୋର୍ସ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ମୁମ୍ୱାଇ: ମହାରାଷ୍ଟ୍ରରେ ସଂକ୍ରମଣ ମହାରୂପ ଧାରଣ କରିଛି । ଦୈନିକ ୫୦ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି । ନିୟନ୍ତ୍ରଣ ବାହାରକୁ ଯାଉଛି ସ୍ଥିତି । ରାଜ୍ୟରେ ଲକଡାଉନ୍ ଲାଗୁ ହେବ କି ? ଏସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସର ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କୁହାଯାଉଛି, ଏଠାରେ ବିଚାରବିମର୍ଶ ପରେ ଲକଡାଉନ୍ ଘୋଷଣା କରିପାରନ୍ତି ଉଦ୍ଧାବ ଠାକରେ । ଗତକାଲି ସର୍ବଦଳୀୟ ବୈଠକରେ ରାଜ୍ୟରେ […]

Continue Reading

ସୋପିଆନରେ ପୁଣି ଏନକାଉଣ୍ଟର, ଟଳିଲେ ୨ ଆତଙ୍କୀ

ସୋପିଆନ୍: ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିପେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ । ତେବେ ସେମାନେ ଅଲ୍-ବଦ୍ରି ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣା ପଡ଼ିଛି । ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୁଣ୍ଡ ଗଡ଼ିଥିଲା । କୁଲଗାମ ଅନ୍ତର୍ଗତ ହାଟିପୋରାରେ ଆତଙ୍କବାଦୀ ଲୁଚିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା […]

Continue Reading

ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍, ଏସବୁ ଜିଲ୍ଲାରେ ବଢ଼ିଛି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୩ଶହ ୭୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭୧ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୩୧୭ ଜଣ ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ବାହାରିଛନ୍ତି ୧୫୮ ପଜିଟିଭ୍ । ନୂଆପଡ଼ାରୁ […]

Continue Reading

ଅପରେନସ୍ ହାଇଦର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ଖୋଜୁଛି ପୋଲିସର ୪ଟି ଟିମ୍

ଭୁବନେଶ୍ୱର: ପୋଲିସକୁ ଚକମା ଦେଇ କଟକ ଏସସିବିରୁ ଚମ୍ପଟ ମାରିଥିବା ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠୁ ଲୁଚିଛି ? ତାକୁ ଖୋଜୁଛି ପୋଲିସ । ଗତକାଲିଠାରୁ ଏଯାଏ କୌଣସି ପତ୍ତା ମିଳିନି । ହାଇଦରକୁ ଖୋଜିବା ପାଇଁ ୪ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଛି । ରେଲ୍‌ୱେ ଷ୍ଟେସନ, ବିମାନ ବନ୍ଦର, ବସ୍‌ଷ୍ଟାଣ୍ଡ ଉପରେ ନଜର ରଖାଯାଇଛି । ନିଜେ ପୋଲିସ କମିଶନର ଅପରେସନ୍ ହାଇଦରକୁ ତଦାରଖ କରୁଛନ୍ତି । ବଛା ବଛା ପୋଲିସ ଅଫିସର ଗ୍ୟାଙ୍ଗଷ୍ଟରକୁ ଖୋଜିବା କାମରେ ଲାଗିଛନ୍ତି […]

Continue Reading

ଆଜିଠାରୁ ଦେଶବ୍ୟାପୀ ୫ଦିନିଆ ଟିକା ଉତ୍ସବ, ଅଧିକରୁ ଅଧିକ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି ପାଞ୍ଚ ଦିନିଆ ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆସନ୍ତା ୧୪ ତାରିଖ ଯାଏ ଚାଲିବ । ଦେଶର ସବୁ ରାଜ୍ୟରେ ଏହି ଟିକା ଉତ୍ସବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ଏହି ଟିକା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଟିକା ନେବାକୁ ଆଗେଇ ଆସିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଲୋକଙ୍କୁ ଅପିଲ କରିଛନ୍ତି । ଦେଶରେ […]

Continue Reading