ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧,୬୮,୯୧୨ ନୂତନ ସଂକ୍ରମଣ ମାମଲା ଆସିବା ପରେ ଭାରତ ବିଶ୍ବରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି।
ତଥ୍ୟ ଅନୁଯାୟୀ ବ୍ରାଜିଲର ୧୩.୪୫ ନିୟୁତ ମାମଲାକୁ ଅତିକ୍ରମ କରି ଭାରତର ସମୁଦାୟ ୧୩.୫୩ ମିଲିୟନରେ ପହଞ୍ଚିଛି। ୩୧.୨ ନିୟୁତ ମାମଲା ସହିତ ଆମେରିକା ବିଶ୍ବସ୍ତରରେ ଆଗୁଆ ରହିଛି।
ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ କରୋନା ଜନିତ ମୃତ୍ୟୁ ୯୦୪ ରହିଛି। ଏହାସହିତ ମୋଟ ମୃତ୍ୟୁ ସଂଖ୍ୟା ୧,୭୦,୧୭୯ ରେ ପହଞ୍ଚିଛି।