ଦିଲ୍ଲୀରେ ବଢିଲା ଲକ୍‌ଡାଉନ୍ ଅବଧି; ଆସନ୍ତାକାଲିଠୁ ମେଟ୍ରୋ ସେବା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ରହିଥିବା ବିଭିନ୍ନ ରାଜ୍ୟ ଏବେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରୁଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ମେ ୧୭ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ। ଏହି ସମୟରେ ସମସ୍ତ କଟକଣାକୁ କଠୋର ଭାବେ ପାଳନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ଏହି ଅବଧି […]

Continue Reading

ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର: ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ । ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଗୋଟିଏ ଏବଂ ଅନୁଗୋଳ ଜିଲ୍ଲାର ଜଗନ୍ନାଥ ଓ ସୁଭଦ୍ରା ଅଞ୍ଚଳରେ ଗୋଟିଏ ସେଣ୍ଟ୍ରାଲ୍ ସ୍କୁଲ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମସିଏଲ୍ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ କମି ମନ୍ତ୍ରୀ ପ୍ରହ୍ଲାଦ […]

Continue Reading

ୟୁପିରେ ପୁଣି ସପ୍ତାହେ ବଢିଲା ଳକ୍‌ଡାଉନ

ଉତ୍ତରପ୍ରଦେଶ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଗଲାଣି। ଅନେକ ରାଜ୍ୟ ନିଜର କର୍ଫ୍ୟୁ ଅବଧିକୁ ମଧ୍ୟ ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟି‌ରେ ରଖି ଉତ୍ତରପ୍ରଦେଶ ସରକାର ଲକ୍‌ଡାଉନ୍‌ ଅବଧିକୁ ପୁଣି ବଢାଇ ଦେଇଛନ୍ତି। ଏହି ଅବଧି ୧୭ ମେକୁ ବୃଦ୍ଧି କରିଛନ୍ତି ୟୁପି ସରକାର। ୟୁପି ସରକାରଙ୍କ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସମସ୍ତ ଦୋକାନ ଏବଂ […]

Continue Reading

ମାତୃ ଦିବସ ଅବସରରେ ମହିଳା କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମଗ୍ର ଦେଶରେ ଆଜି ମାତୃ ଦିବସ ପାଳନ କରାଯାଉଛି। ଆଜି ମାତୃ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କରୋନା ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସିଏମ୍ ଟୁଇଟ୍ କରି କହିଛନ୍ତି, “ଓଡିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ ମାତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଉଦ୍ୟମ ପ୍ରତିବଦ୍ଧ। ମହାମାରୀ ସମୟରେ ଆମ ସହିତ ଛିଡା ହୋଇଥିବାରୁ ଆମର ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା – ASHA, ANM ଏବଂ AWWଙ୍କୁ ଧନ୍ୟବାଦ। ”

Continue Reading

ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସର୍ବାନନ୍ଦ ସୋନୋଓ୍ୱାଲ

ଗୌହାଟୀ: ଆସାମରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସସପେନ୍ସ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଅସ୍ତଫା ଦେଇଛନ୍ତି ସର୍ବାନନ୍ଦ ସୋନୋଓ୍ୱାଲ । ସେ ରାଜ୍ୟପାଳ ଜଗଦୀଶ ମୁଖିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୋନୋଓ୍ୱାଲଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ବି ଇସ୍ତଫା ଦେଇଥିବା ସୂଚନା ମିଳିଛି ।  ସେପଟେ ଆଜି ସ୍ଥିର ହେବ କିଏ ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଦିସପୁରରେ ବିଜେପି ବିଧାୟକ ଦଳ ବୈଠକ ବସୁଛି । ଏଠାରେ ବିଧାୟକ ଦଳ […]

Continue Reading

ସଡକ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହତ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଟ୍ରାକ୍ଟର ଧକ୍କାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଚାଳକ ରଜକ ଖାଁ ଆହତ ହୋଇ ନୀଳଗିରି ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଅପରାହ୍ନ ଅଢ଼େଇଟା ସମୟରେ କେନ୍ଦ୍ରମନ୍ତ୍ରୀ ନୀଳଗିରି ବ୍ଲକ ର ବଢ଼େଇପଲା ଅଞ୍ଚଳକୁ ଜଣେ କିଡନୀ ରୋଗୀଙ୍କୁ ସହାୟତା ପାଇଁ ଯାଉଥିଲେ। ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ପୋଡ଼ାଶୋଳ ନିକଟରେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଯାଇ ହଠାତ […]

Continue Reading

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖପରାମର୍ଶଦାତା ଅସୀତ ତ୍ରିପାଠୀ, କୋଭିଡ୍ ସ୍ଥିତି ସମୀକ୍ଷା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି । ବିଶେଷ କରି ରାଉରକେଲା ମହାନଗର ନିଗମରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଉରକେଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା ପରେ ଖୁବଶୀଘ୍ର ଜିଲ୍ଲାରେ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ୍ ବେଡ୍ ବ୍ୟବସ୍ଥା ହେବ । […]

Continue Reading

ଜଣେ ଭାଗ୍ୟବାନ ପାଠକର କ୍ଷୁଦ୍ର ଅନୁଭୂତି

ଭୁବନେଶ୍ବର : ସ୍କୁଲରେ ପଢ଼ୁଥାଏ, ସେ ସମୟ ‘ସଚିତ୍ର ବିଜୟା’ର ସମୟ । ଘରକୁ ସଚିତ୍ର ବିଜୟା ଆସିଲେ, ତାର ରଙ୍ଗ ଓ ଲେଖା ସବୁଦିନେ ଜାବୁଡି ଧରୁଥିଲା । ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ହେଉଥାଏ ‘ସମୁଦ୍ର କୂଳର ଏକ ଗ୍ରାମ’ । ଗୋଟେ ବଡ ପାଲଟଣା ଡଙ୍ଗାରେ ବସିଥିବା ସାହେବ ଝିଅ, ଯେବେ ଗୋଟେ ଡବାରୁ ବିସ୍କୁଟ କାଢି ଖାଇଲା, ତାକୁ ଜଣେ ଅବୋଧ ବାଳକ ପଚାରିଥିଲା, ଏଇ ତାହେଲ ବିସ୍କୁଟ । […]

Continue Reading

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ 2-DG ଔଷଧ ବ୍ୟବହାର ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଆଉ ଏକ ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ (2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ 2-DG ଥେରାପି ଭାବେ ଦିଆଯାଇ ପାରିବ । ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଯାଇ ପାରିବ ବୋଲି ଡିଆରଡିଓ ସୂଚନା ଦେଇଛି । ଡିଆରଡିଓର ଲାବ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଡକ୍ଟର ରେଡ୍ଡୀ […]

Continue Reading

ଆନ୍ଧ୍ରପ୍ରଦେଶ: ଚୂନ ପଥର ଖଣିରେ ଭୟଙ୍କର ବିସ୍ଫୋରଣ; ୧୦ ମୃତ

ଆନ୍ଧ୍ରପ୍ରଦେଶ: ଶନିବାର ସକାଳେ ଆନ୍ଧ୍ରପ୍ରଦେଶର କାଡାପାଠାରେ ଏକ ଚୂନ ପଥର ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାର ଆଶଙ୍କା ରହିଛି। ଏହି ଘଟଣା କାଲାସାପଡୁ ବ୍ଲକର ମାମିଲାପାଲି ଗ୍ରାମରେ ଘଟିଛି। ଏହି ଘଟଣା ସମୟରେ ଅତି କମରେ ୪୦ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ସେପଟେ, ବିସ୍ଫୋରଣରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଅଧିକାରୀଙ୍କ ସହ […]

Continue Reading