ଲକଡାଉନରେ କିଏ ଅଫିସ୍ ଆସିବେ ? ତାଲିକା ଦେବାକୁ ସଂସ୍ଥାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକଡାଉନ୍ ଲାଗୁ ହୋଇଛି । ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ସହ ବିଭିନ୍ନ ଜରୁରୀକାଳୀନ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କୁ ଅଫିସ୍ ଯିବା ପାଇଁ ଅନୁମତି ମିଳିଛି । ତେବେ, ପୋଲିସ୍ ଏଥିପାଇଁ କୌଣସି ପାସ୍ ଦେଉନାହିଁ । କେବଳ ପରିଚୟପତ୍ର ଦେଖାଇ ଯାତାୟତ କରି ହେଉଛି । ଏହାର ଫାଇଦା ନେଇ କେତେକ ଲକ୍‌ଡାଉନ୍‌ରେ ପରିଚୟ ପତ୍ର ଧରି ମନଇଚ୍ଛା ବୁଲୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର […]

Continue Reading

ଶାଗ ତୋଳିବା ବେଳେ କଚାଡ଼ି ମାରିଲା ହାତୀ: ଦୁଇ ମୃତ ଓ ଜଣେ ଗୁରୁତର

ରାଇରଙ୍ଗପୁର: ଶାଗ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣ କଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ଭିତରେ ଜଣେ ନାବାଳିକା ଅଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଶୋଇ ରେଞ୍ଜ ଅନ୍ତର୍ଗତ ଟୁଙ୍ଗରୁ ଜଙ୍ଗଲରେ ଏହି ଘଟଣା ଘଟିଛି । ମୃତକମାନେ ହେଲେ ବିଶୋଇ ବ୍ଲକ ଦୁଧିକୁଣ୍ଡି ଗାଁରେ କାନ୍ଦରି ମୁର୍ମୁ ଓ ନାବାଳିକା ମେଘନା ବିନ୍ଧାଣୀ । ଆହତ ମହିଳାଙ୍କ ନାଁ ଧାନ […]

Continue Reading

କଟକରେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି !

କଟକ: କରୋନା କଟକ ଜିଲ୍ଲାରେ କାୟା ବିସ୍ତାର କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ମହାନଗର ନିଗମ ଅଞ୍ଚଳରୁ ଅଧିକ ସଂକ୍ରମିତ ବାହାରୁଛନ୍ତି । ଗୋଷ୍ଠୀ ସଂକ୍ରମଣ ହୋଇଥାଇ ପାରେ । ଏଭଳି ଆଶଙ୍କା କରିଛନ୍ତି କଟକର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ । ତେବେ ଗୋଷ୍ଠୀ ସଂକ୍ରମଣ ହୋଇଚି କି ନାହିଁ ଓଉଗଜ ବୈଜ୍ଞାନିକମାନେ ସ୍ଥିର କରିବେ । ମାସେ ହେବ କଟକରେ ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି […]

Continue Reading

କରୋନାରେ ବିଶିଷ୍ଟ ଲେଖକ ଆଜମ୍ବର ମଲ୍ଲଙ୍କ ପରଲୋକ

ବଲାଙ୍ଗୀର: କରୋନାରେ ଜଣାଶୁଣା ଲେଖକ ତଥା ପୂର୍ବତନ ପ୍ରଫେସର ଡ. ଆଜମ୍ବର ମଲ୍ଲଙ୍କ ପରଲୋକ। ଶୁକ୍ରବାର ଦିନ କରୋନାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସୂଚନାନୁସାରେ ବଲାଙ୍ଗୀରର ଏକ ଡାକ୍ତରଖାନାରେ ଡ. ମଲ୍ଲଙ୍କ ଚିକିତ୍ସା ଚାଲିଥିଲା। ଚିକିତ୍ସିତ ହେଉଥିବା ସମୟରେ ଡ. ମଲ୍ଲଙ୍କ ମୃତ୍ୟୁ ଘଟିଛି। ସେ ଏପ୍ରିଲ୍ ୨୩ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଭଦ୍ରକ, ବଲାଙ୍ଗୀର, ଟିଟିଲାଗଡ ଏବଂ ସଇଁତଳା କଲେଜରେ ପ୍ରଫେସର […]

Continue Reading

କରୋନା ରୋଗୀଙ୍କୁ ଅକ୍ସିଜେନ ସେବା ଯୋଗାଉଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସହିତ ଭାରତ ସଂଘର୍ଷ କରୁଥିବାରୁ ସେଲିବ୍ରିଟିମାନେ ଲୋକମାନଙ୍କୁ ଏହି ସଙ୍କଟର ମୁକାବିଲା କରିବାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରବୀନା ଟଣ୍ଡନ ମଧ୍ୟ ଏହି ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀର କରୋନା ରୋଗୀଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ପ୍ରଥମ ଯୋଗାଣର ଫଟୋ ସେୟାର କରିଥିଲେ। ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା କରିବା ପାଇଁ ରବୀନା ଟଣ୍ଡନ […]

Continue Reading

ଓଡ଼ିଶାରେ କରୋନା ରେଡ୍ ହଟ୍ ଜିଲ୍ଲା ଖୋର୍ଦ୍ଧା-ସୁନ୍ଦରଗଡ଼-କଟକ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ସେକେଣ୍ଡ ଓ୍ୱେଭରେ ବିଭିନ୍ନ ସମୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ପାର କରିଛି । ଆଜି କଟକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରୁ ଦିନକରେ ଯେତିକି ପଜିଟିଭ୍ ବାହାରୁଛନ୍ତି ତାର ୩୦ ପ୍ରତିଶତରୁ ଅଧିକ କେବଳ ଏହି ତିନିଟି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ଏହି ତିନିଟି ଜିଲ୍ଲାରେ ସଂକ୍ରମଣ ବ୍ରେକ ଫେଲ୍ […]

Continue Reading

ଇଟାୱା ସଫାରି ପାର୍କରେ ୨ ସିଂହୀ କରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଇଟାୱା ସଫାରି ପାର୍କରେ ଥିବା ୨ ସିଂହୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ଏକ ସିଂହୀଙ୍କୁ କୋଭିଡ୍ ସଂକ୍ରମିତ ବୋଲି ସନ୍ଦେହ କରାଯାଉଛି। ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଆଇଭିଆରଆଇ) ବରେଲି ପରୀକ୍ଷା ରିପୋର୍ଟ ପଠାଇବା ସହ ସନ୍ଦିଗ୍ଧ ସିଂହୀର ନମୁନା ପଠାଇବାକୁ ଏଟାୱା ସଫାରି ପାର୍କର କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ତେବେ ୨ ପ୍ରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Continue Reading

ନଭିମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ୍ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରି ଆସୁଥିଲେ । ଏହାର ଭଡ଼ା ବାବଦ ଦେୟ ୨ କୋଟି ୧୬ ହଜାର ଟଙ୍କା ଥିବାବେଳେ ମହାମାରୀର ଏ ବିପଦ ସମୟରେ  ମାନବିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛାପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡ଼ା ଦେୟକୁ […]

Continue Reading

କରୋନା ଆତଙ୍କ ଭିତରେ ‘ବ୍ଲାକ ଫଙ୍ଗସ୍’ ସଂକ୍ରମଣ ଚିନ୍ତା, କ’ଣ ଏହି ନୂଆ ରୋଗ ?

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରକୁ ନେଇ ଦେଶରେ ଏବେ ହାହାକାର ସ୍ଥିତି । ଏଭଳି ସ୍ଥିତିରେ ଭାରତରେ ଆଉ ଏକ ନୂଆ ସଂକ୍ରମଣ ଚିନ୍ତା ବଢ଼ାଇଲାଣି । ଯାହାକୁ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ରୋଗ ବୋଲି କୁହାଯାଉଛି । ଦିଲ୍ଲୀରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଖରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି । କରୋନାର ପ୍ରଥମ ଲହର ବେଳେ ବି ବ୍ଲାକ ଫଙ୍ଗସ୍ ମାମଲା ସାମନାକୁ ଆସିଥିଲା । ଏହି କାରଣରୁ ବହୁ ଲୋକଙ୍କ ଜୀବନ ବି […]

Continue Reading

କରୋନା କବଳରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର

ମୁମ୍ବାଇ: କରୋନା କବଳରୁ ବାଦ୍ ପଡିନି ବଲିଉଡ ଜଗତ। ଏଭଳି ସମୟରେ ଶିଳ୍ପା ସେଟ୍ଟୀଙ୍କ ସମେତ ତାଙ୍କ ପୂରା ପରିବାର ମଧ୍ୟ ଶୁକ୍ରବାର ଦିନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି ଗତ ୧୦ ଦିନ ହେବ ଆମ ପରିବାର କଷ୍ଟ ଭୋଗୁଛୁ। ପ୍ରଥମେ ମୋ ଶାଶୁ ଓ ଶ୍ବଶୁର କୋଭିଡ ସଂକ୍ରମିତ ହୋଇଥିଲେ। ପରେ […]

Continue Reading