ପ୍ରବଳ ବର୍ଷା ସତ୍ବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ୱର: ଓଡିଶାର ଅଧିକାଂଶ ଅଞ୍ଚଳରେ ଲଗାତାର ବର୍ଷା ହୋଇଆସୁଛି। ତଥାପି ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତି ନାହିଁ ବୋଲି ରବିବାର ଦିନ କହିଛନ୍ତି ଜଳ ସମ୍ପଦ ବିଭାଗ। ଜଳ ସମ୍ପଦ ଇଞ୍ଜିନିୟର-ଇନ୍-ଚିଫ୍ ଜ୍ୟୋତିର୍ମୟ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମହାନଦୀର ଉପରମୁଣ୍ଡରେ ମଧ୍ୟମ ଧରଣର ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। “ଗତ ୨୪ ଘଣ୍ଟା ମଧ୍ୟରେ ମହାନାଦୀର ଉପର ମୁଣ୍ଡରେ ମାତ୍ର ୧୪ ମିଲିମିଟର ବର୍ଷା ହୋଇଛି। ତେବେ ଆସନ୍ତା ତିନି […]

Continue Reading

ଟେଷ୍ଟରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବାରେ ଆଣ୍ଡରସନଙ୍କ ବିଶ୍ୱରେକର୍ଡ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବା ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଆଣ୍ଡରସନ ୧୦୫ ଥର ବ୍ୟାଟ୍ସମ୍ୟାନଙ୍କ ଶୂନରେ ଆଉଟ କରି ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରା(୧୦୪)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶେନ ୱାର୍ଣ୍ଣେ ୧୦୨, ମୁଥୟା ମୁରଲୀଧରନ ୧୦୨ ଓ ଡେଲ ଷ୍ଟେଇନ ୮୭ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ […]

Continue Reading

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଆଇପିଏସ ଦୀପକ କୁମାର

ଭୁବନେଶ୍ବର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଆଇପିଏସ ଦୀପକ କୁମାର । ୨୦୦୪ ବ୍ୟାଚର ଆଇପିଏସ ଅଫିସର ଦୀପକ କୁମାର, ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ଏହି ରେଞ୍ଜେର କେଉଁ ପ୍ରସଙ୍ଗ ଉପରେ ଅଧିକ ଫୋକସ କରାଯିବ ତାଉପରେ ଗୁରୁତ୍ବ ଦେଇଛନ୍ତି ଡିଆଇଜି ଦୀପକ କୁମାର । ଏହାସହ ମାଓ […]

Continue Reading

ପୂର୍ବତଟ ରେଳପଥ ଓ ଦକ୍ଷିଣ ରେଳପଥ ପରିସୀମା ମଧ୍ୟରେ ପରିବର୍ତ୍ତିତ ସମୟରେ ଚଳାଚଳ କରିବ ଟ୍ରେନ୍

ଭୁବନେଶ୍ବର : ଦକ୍ଷିଣ ରେଳ ପରିସୀମା ମଧ୍ୟରେ କିଛି ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ୪ ଯୋଡ଼ା ବିଶେଷ ଟ୍ରେନ ସହିତ ପୁରୀରୁ ଛାଡୁଥିବା ଗୋଟିଏ ଟ୍ରେନ ନୂଆ ସମୟ ଅନୁସାରେ ଚଳାଚଳ କରିବ । ଏହି ଟ୍ରେନ୍ ଦକ୍ଷିଣ ରେଳବାଇର କିଛି ଷ୍ଟେସନରେ ସଂଶୋଧିତ ସମୟ ସାରଣୀରେ ରହଣି କରିବ ଓ ଛାଡିବ । ୦୮୪୯୬ ଭୁବନେଶ୍ବର […]

Continue Reading

ରାଜ୍ୟ ସରକାରଙ୍କୁ ୫ ହଜାର ଅକ୍ସିଜେନ୍ ସିଲିଣ୍ଡର ଦେଲା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ମିଳିଲା ଅକ୍ସିଜେନ୍ ସିଲିଣ୍ଡର । ଆଜି ଆଉ ୫ ହଜାର ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଛି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ । ରାଜ୍ୟ ଔଷଧ ନିଗମ ପରିସରରେ ଇପିକଲ ଏମଡି ନୀତିନ ଭାନୁଦାସ ଜାୱଲେଙ୍କୁ ନିପନ ଷ୍ଟିଲ କର୍ତ୍ତୃପକ୍ଷ ଏହି ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଛନ୍ତି । ପୂର୍ବରୁ ୧୩୦୦ ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଥିଲା ନିପନ ଷ୍ଟିଲ । ଏହି ସିଲିଣ୍ଡରକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପ୍ରାୟ ୪୦ […]

Continue Reading

୨୨ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଏଜବେଷ୍ଟନ: ଇଂଲଣ୍ଡକୁ ବିପକ୍ଷରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୧-୦ରେ ସିରିଜ ବିଜୟୀ ହାସଲ କରିଛି । ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ କିୱି ଦଳ ଏହି ସଫଳତା ହାସଲ କରିଛନ୍ତି । ୧୯୯୯ରେ ଦଳ ଷ୍ଟିଫେନ ଫ୍ଲେମିଂଙ୍କ ନେତୃତ୍ୱରେ ଦଳ ୨-୧ରେ ସିରିଜ ଜିତିଥିଲା । ତେବେ ନ୍ୟୁଜିଲାଣ୍ଡ ଏହି ସଫଳତା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପୂର୍ବରୁ ଏହି ବିଜୟ ସେମାନଙ୍କ ମନୋବଳ ବଢ଼ାଇବ […]

Continue Reading

ମହଙ୍ଗା ପଡିଲା ମାଛଧରା, ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗରର ଭିତରକନିକା ଜାତୀୟ ଉଦ୍ୟାନ ନଦୀରେ କୁମ୍ଭୀର ଆତଙ୍କ । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି । ମାଛ ଧରିବାକୁ ଯାଇଥିବା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଭେକ୍ଟା ଗାଁର ଉମାରାଣୀ ପରିଡା ମାଛ ଧରିବାକୁ ନଦୀ ପାର ହେଉଥିବାବେଳେ ତାଙ୍କୁ ଏକ କୁମ୍ଭୀର ପାଣି ଭିତରକୁ ଟାଣିନେଇଥିଲା । ଖବର ପାଇ ଗାଁ ଲୋକେ ଓ ବନବିଭାଗ […]

Continue Reading

ଦିଲ୍ଲୀ ଲଜପତ୍‌ ନଗର ସେଣ୍ଟ୍ରାଲ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଶନିବାର ଦକ୍ଷିଣ ଦିଲ୍ଲୀର ଲଜପତ ନାଗର ସେଣ୍ଟ୍ରାଲ ମାର୍କେଟରେ ଶୋ’ରୁମ ଭିତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଅଗ୍ନିଶମ ଟେଣ୍ଡର ଏବଂ ୭୦ ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ୧୦.୨୦ ସମୟରେ ଘଟିଥିଲା। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ତୁରନ୍ତ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଟେଣ୍ଡର ଘଟଣା ସ୍ଥଳରେ ପହଞ୍ଚିଥିଲା। […]

Continue Reading

ଅକ୍ସିଜେନ୍ ସିଲିଣ୍ଡର ବେଝେଇ ଗାଡିରେ ଗଂଜେଇ ଚାଲାଣ, ୨ ଗିରଫ

ଜୟପୁର: କରୋନା ମହାମାରୀ ଆଳରେ ଅଭିନବ ଉପାୟରେ ଗଂଜେଇ ଚାଲାଣ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରା ଚାଲାଣ । ଅନ୍ୟ କେଉଁ ରାଜ୍ୟ ନୁହେଁ ବରଂ ଓଡିଶାରେ ସାମ୍ନାକୁ ଆସିଛି ଗଂଜେଇ ବେପାରୀଙ୍କ ଏପରି ଅଭିନବ ଅପରାଧିକ କାରନାମା । ଆଜି କୋରାପୁଟ ଜିଲ୍ଲା ଜୟପୁରରେ ସଦର ପୋଲିସ ୧୨ ଶହ ୭୭ କି.ଗ୍ରା ଗଂଜେଇ ଜବତ କରିଛି । ଜାଣି ଚକିତ ହେବେ ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ହେଉଥିଲା […]

Continue Reading

କରୋନା ସେକେଣ୍ଡ ଓ୍ୱେଭ୍ ଦେଶରୁ ନେଲାଣି ୭୧୯ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୨୮

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ୍ ଦେଶରେ ମୃତ୍ୟୁସଂଖ୍ୟାରେ ସୁନାମୀ ଆଣିଛି । ୨ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ସଂକ୍ରମିତ ହୋଇଛନ୍ତି । ବାଦ ପଡ଼ି ନାହାନ୍ତି ଡାକ୍ତର । ଦ୍ୱିତୀୟ ଲହରରେ କେବଳ ଦେଶରୁ ୭୧୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଓଡ଼ିଶାରୁ ୨୮ ଜଣ ଡାକ୍ତର । ରୋଗୀ ସେବା କରିବା ବେଳେ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) […]

Continue Reading