ଟିକା ନ ନେଲେ ବ୍ଲକ୍‌ ହୋଇଯିବ ସିମ୍‌ କାର୍ଡ

ନୂଆଦିଲ୍ଲୀ: ଟିକାକରଣକୁ ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି ପାକିସ୍ତାନ ପଞ୍ଜାବର ପ୍ରାଦେଶିକ ସରକାର। ରିପୋର୍ଟ ମୁତାବକ ଯେଉଁ ବ୍ୟକ୍ତି ଟିକା ନେବାକୁ ମନା କରିବେ ସେମାନଙ୍କ ସିମ୍ କାର୍ଡକୁ ବ୍ଲକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ୟସ୍ମିନ୍ ରସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଟିକା ଦ୍ବନ୍ଦର ମୁକାବିଲା ଲାଗି ଏହି ଅଭିନବ ଉପାୟ ବାହାର କରିଛନ୍ତି ସରକାର। ଟିକାକରଣ ଯୋଗୁ ଏଠାରେ କରୋନା […]

Continue Reading

ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କଲେ ସୋନୁ

ନୂଆଦିଲ୍ଲୀ: ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କରିଛନ୍ତି ଅଭିନେତା ସୋନୁ ସୁଦ। ଆଇଏଏସ୍‌ ପାଠ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ନୂତନ ପଦକ୍ଷେପ ନେଇଛନ୍ତି। ସେ ‘ସମ୍ଭବମ୍‌’ ନାମରେ ଏକ ନୂ୍ରା ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ଦିନ ଏହା  ଘୋଷଣା କରି ସୋନୁ କହିଛନ୍ତି ଯେ ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଦାୟିତ୍ବ ଆମେ ନେବୁ। ଆଶାୟୀ […]

Continue Reading

ରାଜ୍ୟରେ ହେବ UG/PG ପରୀକ୍ଷା, ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ UG/PG ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି ଆଲୋଚନା କରିବେ । ୭ଦିନ ଭିତରେ ଆଲୋଚନା କରି ଜଣାଇବେ କୁଳପତି । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ […]

Continue Reading

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ। ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ କେନ୍ଦ୍ର କରି ଏଭଳି ଆକ୍ରମଣାତ୍ମକ ଧମକ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ରାଜନୈତିକ ହଟ୍ଟଗୋଳ ମଧ୍ୟରେ ବିରୋଧୀ ନେପାଳ କଂଗ୍ରେସର ଜଣେ ପ୍ରାଦେଶିକ ଆଇନଜୀବୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ସମ୍ପ୍ରତି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଏବଂ ଅସାମ୍ବିଧାନିକ ପଦକ୍ଷେପକୁ ସମାଲୋଚନା କରୁଥିବାବେଳେ ବାଗମତି ପ୍ରଦେଶର ଜଣେ ଆଇନଜୀବୀ ନରୋତ୍ତମ ବୈଦ୍ଧ୍ୟା ପିଏମ୍‌ ଓଲିଙ୍କୁ ହତ୍ୟା କରିବେ ବୋଲି […]

Continue Reading

ଲଘୁଚାପ ଜନିତ ପ୍ରବଳ ବର୍ଷା, ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ରାଜ୍ୟରେ ସତର୍କତା ଜାରି । ଆଜି ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୁଳ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ […]

Continue Reading

‘ବିଜୟ ମାଷ୍ଟର’ ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ ସଲମାନ ଖାନ

ମୁମ୍ବାଇ: ଗ୍ରାଣ୍ଡ୍‌ କମ୍‌ ବ୍ୟାକ୍‌ କରୁଛନ୍ତି ବଲିଉଡ୍‌ ଭାଇଜାନ ସଲ୍‌ମାନ ଖାନ୍। କିଛିଦିନ ତଳେ ସଲ୍‌ମାନଙ୍କ ଅଭିନୀତ ରାଧେ ରିଲିଜ ହୋଇଥିଲା। ତେବେ ଫିଲ୍ମକୁ ଆଶା ମୁତାବକ ସଫଳତା ମିଳିପାରି ନଥିଲା। ଆଇଏମ୍‌ଡିର ବେଶ୍‌ ଖରାପ ରେଟିଂ ମିଳିଥିଲା ରାଧେକୁ। ଏମିତିକି ସଲ୍‌ମାନଙ୍କ ପିତା ସଲିମ୍‌ ଖାନ ମଧ୍ୟ ଏହା ଏକ ଚମତ୍କାର ଫିଲ୍ମ ନୁହେଁ ବୋଲି କହିଥିଲେ। ତେବେ ସୂଚନା ଅନୁଯାୟୀ ସଲମାନ ତାମିଲ ଫିଲ୍ମ ‘ଥାଲାପାଟୀ ବିଜୟ ମାଷ୍ଟର’ର ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ। […]

Continue Reading

ହୋମ ଡେଲିଭରି ଏଜେଣ୍ଟଙ୍କୁ ଟିକାକରଣ

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏ ସ୍ଥିତିରେ ବର୍ତ୍ତମାନ ସମସ୍ତ ଟିକା କରଣ ଉପରେ ଧ୍ୟାନ ଦିଆଯାଉଛି । ଏହି ପର୍ଯ୍ୟାୟରେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଅନଲାଇନ୍ ସପିଂ କମ୍ପାନୀ ସହିତ ଜଡିତ ହୋମ ଡେଲିଭରି ଏଜେଣ୍ଟମାନଙ୍କୁ କରୋନା ଟିକା ଦିଆଯିବ । ଲୋକେ ଘରୁି ବାହାରୁନାହାଁନ୍ତି, ହେଲେ ଏମାନେ ସମସ୍ତଙ୍କୁ ଘରେ ଅତ୍ୟାବଶ୍ୟକୀୟ ଜିନିଷ ଠିକ୍ ସମୟରେ ପହଞ୍ଚାଇବାରେ […]

Continue Reading

ଭୁବନେଶ୍ୱରରେ ଟିକାକରଣ ପାଇଁ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପ୍ରଥମ ଡୋଜ୍ ସକାଳ ସେସନରେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନ ସେସନରେ ଦିଆଯିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ସଞ୍ଜୟ ସିଂ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ୪୫+ ବୟସ ବର୍ଗର ଲୋକଙ୍କର ଟିକାକରଣ ଅପରାହ୍ନ ଅଧିବେଶନରେ ଜାରି ରହିବ। ତେବେ ଏନେଇ ଖୁବ ଶୀଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଛନ୍ତି।

Continue Reading

କରୋନା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର ଅଭିଯୋଗରେ ଫିଲ୍ମ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

କୋଚି: କରୋନା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର କରି ଅଡୁଆରେ ଫିଲ୍ମ ନିର୍ମାତା ଆୟେଶା ସୁଲତାନା। ଟିଭି ବିତର୍କ ସମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ନାଁରେ ଏଫ୍‌ଆଇଆର ଦାଖଲ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଅବଦୁଲ ଖାଦର। ସେ ଲକ୍ଷ୍ମୀଦୀପ ୟୁନିଟ୍ ସଭାପତି ଅଛନ୍ତି। ଅଭିଯୋଗ ପରେ ଲକ୍ଷ୍ମୀଦ୍ୱୀପ ପୋଲିସ ଗୁରୁବାର ଦିନ ଚଳଚ୍ଚିତ୍ର ନିର୍ମାତା ଆୟେଶା ସୁଲତାନାଙ୍କ ବିରୋଧରେ ମାମଲା ରୁଜୁ […]

Continue Reading

ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଚାରି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୬ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ସୋନପୁର, ବଲାଙ୍ଗିର, […]

Continue Reading