କରୋନା ଯୁଦ୍ଧରେ ହାରିଗଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ରାଉତରାୟଙ୍କର କିଛି ସମୟ ତଳେ ଦେହାନ୍ତ ହୋଇଛି । ମେ ମାସ ପ୍ରଥମ ସପ୍ତାହରେ ସେ ପଜିଟିଭ୍ ଥିବା ଜଣାପଡିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ୧୯୯୦ ମସିହାରୁ […]

Continue Reading

ବାତିଲ ହେଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ : ବାତିଲ ହେଲା ସିବିଏସଇର ଦ୍ବାଦଶ ଶ୍ରେଣୀ ପରୀକ୍ଷା । ଏବର୍ଷ ହେବନି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକ ପରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଉଛି । ତେଣୁ ଏ ଦିଗରେ କୌଣସି ସାଲିସ୍ କରାଯିବନାହିଁ । କରୋନା ମହାମାରୀ […]

Continue Reading

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ପାଇଁ କି ଯୋଜନା କରିଛ ଜଣାଅ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ତାଣ୍ଡବ ରଚୁଛି ମହାମାରୀ କରୋନା । ଲକ୍ଷାଧିକ ଲୋକଙ୍କ ଆକ୍ରାନ୍ତ ହେଉଥିବା ବେଳେ, ଅନେକ ଲୋକଙ୍କ ଜୀବନ ନେଲାଣି ଭାଇରସ । ଏହାସହ ଅନେକ ପିଲାମାନେ ସେମାନଙ୍କ ବାପା ମା’ଙ୍କୁ ହରାଇ ଅନେଥ ହୋଇଗଲେଣି । ତେବେ ଏଭଳିସ୍ଥିତିରେ ଏହି ଅନାଥ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟିତ୍ବ ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଘୋଷିତ ଯୋଜନାର ସଂପୂର୍ଣ୍ଣ ତଥ୍ୟ ମାଗିଛନ୍ତି । ଏନେଇ ସବିଶେଷ ତଥ୍ୟ […]

Continue Reading

ମାଟିତଳୁ ମିଳିଲା ୯୮ ଲକ୍ଷ ବର୍ଷ ପୁରୁଣା ଡାଇନୋସର ଜୀବାଶ୍ମ

ସିଡ୍‌ନୀ: ପାଲାଇଓଣ୍ଟୋଲୋଜିଷ୍ଟମାନଙ୍କର ଏକ ଟିମ୍ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ଏକ ଡାଇନୋସରର ଏକ ଜୀବାଶ୍ମ ଖୋଜି ବାହାର କରିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ଏକ ନୂତନ ପ୍ରଜାତିର ଡାଇନୋସର ହୋଇପାରେ। ଆଜି ପର୍ଯ୍ୟନ୍ତ ଏହା ଅଷ୍ଟ୍ରେଲିଆରେ ଆବିଷ୍କୃତ ହୋଇଥିବା ସର୍ବକନିଷ୍ଠ ଡାଇନୋସର ହୋଇପାରେ। ଇରୋମାଙ୍ଗା ପ୍ରାକୃତିକ ଐହିହ୍ୟ ସଂଗ୍ରହାଳୟର ବିଶେଷଜ୍ଞମାନେ ସମୁଦ୍ରଠାରୁ ଦେଶର ଦୂରତମ ସହର ଇରୋମାଙ୍ଗା ଅଞ୍ଚଳରେ ଖନନ କରିବା ପରେ ଏହି ମୃତଦେହ ବାହାର କରିଛନ୍ତି। ପାଲାଇଓଣ୍ଟୋଲୋଜିଷ୍ଟମାନେ ଏହା ମଧ୍ୟ କହିଛନ୍ତି ଯେ ଏହି […]

Continue Reading

ଧାକଡ ଫିଲ୍ମର ଶୁଟିଂ ପାଇଁ ହଙ୍ଗେରୀ ଯିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ପୁନର୍ବାର ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । କଙ୍ଗନା ଧାକଡ ଫିଲ୍ମର ଶୁଟିଂ ପାଇଁ ୧୦ କିମ୍ବା ୧୨ ଜୁନରେ ହଙ୍ଗେରୀ ଯିବେ । ବୁଡାପେଷ୍ଟରେ ୩୦ରୁ ୩୫ ଦିନ ଏହାର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଶୁଟ କରାଯିବ ବୋଲି ନିର୍ଦ୍ଦେଶକ ଦୀପକ ମୁକୁଟ କହିଛନ୍ତି । ଏହାର ଆକ୍ସନ ସିନ୍ ପାଇଁ ଦକ୍ଷିଣ କୋରିଆର ଜଣେ ପ୍ରତିଷ୍ଠିତ ଆକ୍ସନ ଡାଇରେକ୍ଟରଙ୍କୁ […]

Continue Reading

ଅନଗୁଳ ଜେଏସ୍‌ପିଏଲ୍‌ରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ଅନୁଗୁଳ: ଜେଏସ୍‌ପିଏଲ୍ ପରିସରରେ ନୂତନ୍ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ସିଜେନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ କେୟାର ସେଣ୍ଟରର ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ଜେଏସ୍‌ପିଏଲ୍ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଉପସ୍ଥିତ ଥିଲେ । ନୂତନ ଭାବେ ଲୋକାର୍ପିତ ହୋଇଥିବା କୋଭିଡ୍ କେୟାର ସେଣ୍ଟର ୧୦ଟି ନନ୍ ଇନଭାସିଭ ଭେଣ୍ଟିଲେଟର୍ ବେଡ୍ ଓ […]

Continue Reading

ରାଜଧାନୀରେ ଟିକାକରଣ ଲାଗି ୧୮ରୁ ୪୪ ବୟସ୍କ କରିପାରିବେ ସ୍ଲଟ୍ ବୁକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ବର୍ତ୍ତମାନ କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମଙ୍ଗଳବାର ସୂଚନା ଦେଇଛି ଯେ ଯୋଗ୍ୟ ହିତାଧିକାରୀମାନେ ଜୁନ୍ ୨ ରୁ ଜୁନ୍ ୫ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ସନ୍ଧ୍ୟା ୬ ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି ବିଏମ୍ସି ସୂଚନା ଦେଇଛି। ଏହି ଟିକାକରଣ ଚାରୋଟି କେନ୍ଦ୍ରରେ କରାଯିବ – ୟୁପିଏଚ୍‌ସି, ୟୁନିଟ୍- […]

Continue Reading

ଯୁକ୍ତ ୨ ପିଲା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ ଲାଗି କେନ୍ଦ୍ରର ଅନୁମତି ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ଲସ୍ ୨ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ ପାଇଁ ଓଡିଶା ସରକାର କେନ୍ଦ୍ରରୁ ଅନୁମତି ଲୋଡିଛନ୍ତି। ଏହି ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଟିକା ରେଜିଷ୍ଟ୍ରେସନ ନିୟମ କୋହଳ କରିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ନବ ଦାସ । ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳର ଲୋକଙ୍କ ପାଇଁ ରେଜିଷ୍ଟ୍ରେସନରେ ସମସ୍ୟା ରହୁଛି।  ତେଣୁ ଟିକାକରଣ ନେଇ ରାଜ୍ୟ […]

Continue Reading

ଆଜି ସନ୍ଧ୍ୟାରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ସରକାରୀ ସୂତ୍ର ଅନୁଯାୟୀ ସମସ୍ତ ରାଜ୍ୟ ତଥା ଅନ୍ୟ ହିତାଧିକାରୀଙ୍କ ସହ ବ୍ୟାପକ ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ସୂଚନା ଦିଆଯିବ। ଏହି ବୈଠକରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କିଭଳି ଆୟୋଜନ କରାଯାଇପାରିବ ଏବଂ ପରୀକ୍ଷା ବାତିଲ୍‌ କରି କିପରି ଛାତ୍ରଛାତ୍ରୀଙ୍କ ପ୍ରମୋସନ୍‌ କରାଯିବ ସେ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି […]

Continue Reading

ଓଡ଼ିଶାର ସବୁଠୁ ଉଚ୍ଚତମ ଏବଂ ପ୍ରାଚୀନ ଇଟା ନିର୍ମିତ ମନ୍ଦିର ‘ଇନ୍ଦ୍ରଲାଠ’

ଭୁବନେଶ୍ୱର: ଐତିହ୍ୟ ଭରା ଓଡ଼ିଶାରେ ଉତ୍କୃଷ୍ଟ ପଥର ଶିଳ୍ପ,କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଅନେକ ଜ୍ୱଳନ୍ତ ଉଦାହରଣ ରହିଛି । ତେବେ ଲାଲ ଇଟାରେ ସୁନ୍ଦର ଭାବରେ ନିର୍ମିତ ଏକ ସୁଉଚ୍ଚ ପ୍ରାଚୀନ ଶିବ ମନ୍ଦିର ରହିଛି ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ ନିକଟରେ । ରାଣୀପୁର ଝରିଆଲର ପ୍ରସିଦ୍ଧ ତନ୍ତ୍ର ପୀଠ ଚଉଷଠି ଯୋଗିନୀ ମନ୍ଦିର ନିକଟରେ ଦଣ୍ଡାୟମାନ ଏହି ମନ୍ଦିରଟି ‘ଇନ୍ଦ୍ରଲାଠ’ ମନ୍ଦିର ନାମରେ ବେଶ ପରିଚିତ । ଏକ ଉଚ୍ଚ ପଥର ପିଣ୍ଡି ଉପରେ […]

Continue Reading