କୁର୍ତାର ଦାମ୍‌ ୨.୫ ଲକ୍ଷ!

ନୂଆଦିଲ୍ଲୀ: କୁର୍ତ୍ତାର ଦାମ୍‌  ୨.୫ ଲକ୍ଷରୁ ଅଧିକ। ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଜଣେ ଟୁଇଟର ବ୍ୟବହାରକାରୀ ଏକ ପୋଷ୍ଟରେ ଏହି ଖବରକୁ ସେୟାର କରିଛନ୍ତି। ଏହାପରେ ଏହି ପୋଷ୍ଟଟି ବେଶ୍‌ ଭାଇରାଲ ହୋଇଥିଲା। ଏହି ନିର୍ଦ୍ଦିଷ୍ଟ ଟ୍ୱିଟର ବ୍ୟବହାରକାରୀ ‘ଗୁସି’ ବୋଲି ଏକ ଅନ୍ତର୍ଜାଜୀୟ ଫ୍ୟାସନ୍‌ ୱେବସାଇଟରୁ ଏହି କୁର୍ତାର ସ୍କ୍ରିନସଟ ପୋଷ୍ଟ କରିଥିଲେ। ସୂଚନା ଅନୁଯାୟୀ ଏହି କୁର୍ତ୍ତା ଗୁସି ୱେବସାଇଟରେ “ଫ୍ଲୋରାଲ୍ ଏମ୍ବ୍ରୋଡେରୀ ଅର୍‌ଗାନିକ୍‌ ଲାଇଲନ୍ କାଫ୍ଟାନ୍” ଭାବରେ […]

Continue Reading

ପରଲୋକରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ ସାହୁ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଆଜିସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା […]

Continue Reading

କଟକରେ କୋଭିଡ୍ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ

କଟକ: ରାଜ୍ୟରେ କରୋନା ମହାମାରୀର ଚଡକ । ସେପଟେ ପ୍ରତିଦିନ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା ହେଉଥିବା ଅଭିଯୋଗ ହେଉଛି । ତେବେ କଟକରେ କୋଭିଡ୍ ହସ୍ପିଟାଲରେ କିପରି ଚାଲିଛି କରୋନା ସଂକ୍ରମିତଙ୍କ ଚିକିତ୍ସା ? ଏହି ପ୍ରଶ୍ନ ଉତ୍ତର ପାଇବା ପାଇଁ କଟକରେ ଥିବା କୋଭିଡ ହସ୍ପିଟାଲରେ ଯାଂଚ କରିଛି କୋଭିଡ୍ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ । ସିଏମ୍‌ସି କୋଭିଡ୍ ଏନ୍‌ଫୋର୍ସମେଣ୍ଟ ଟିମ୍ ଓ ଏସ୍‌ସିବି ମେଡିକାଲର ଏକ ୪ଜଣିଆ ଡାକ୍ତରୀ ଟିମ୍‌ର ମିଳିତ ସହଯୋଗରେ ଆରମ୍ଭ […]

Continue Reading

ଜିଲ୍ଲା ବିଜେପି ପକ୍ଷରୁ ସରକାରଙ୍କୁ ଦିଆଗଲା ୪୭ ୟୁନିଟ୍ ରକ୍ତ

କେନ୍ଦୁଝର : ଗୋଟିଏ ପଟେ କରୋନାର କରାଳ ରୂପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ରକ୍ତ ଅଭାବକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୁର୍ତ୍ତୀ ଉପଲକ୍ଷେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି । ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ […]

Continue Reading

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଲୋକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । ଏହାସହ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ […]

Continue Reading

ରାଉରକେଲା ସ୍ବତନ୍ତ୍ର କାରାଗାରରେ କଏଦୀଙ୍କୁ ଦିଆଗଲା କୋଭିଡ୍ ଟିକା

ରାଉରକେଲା : ରାଉରକେଲା ସ୍ବତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଯାଇଛି କୋଭିଡ୍ ଟିକାର ପ୍ରଥମ ଡୋଜ୍ । ଏଥିପାଇଁ ଜେଲ୍ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ କଏଦୀଙ୍କୁ ଟିକା ଦିଆଯାଇଛି । ଉଭୟ ୧୮ ରୁ ୪୪ ବର୍ଷ ବର୍ଗ ଏବଂ ୪୫ରୁ ଅଧିକ ବୟସର କଏଦୀଙ୍କୁ ଟିକା ଦିଆଯାଇଛି । ଜେଲ୍ ଭିତରେ ଚାଲିଥିବା ଟିକାକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରଓ୍ବାଣେ । ଜେଲରେ ଥିବା ୪୬୧ ଜଣ […]

Continue Reading

କେନ୍ଦ୍ର ସରକାରଠାରୁ ଏହି ୬ ପ୍ରଶ୍ନର ଉତର ଚାହିଁଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଟୀକାକରଣ ନୀତି ନେଇ ସମାଲୋଚନା କରିବା ସହ ଏହି ୬ ପ୍ରଶ୍ନର ଉତର ଚାହିଁଛନ୍ତି । ପ୍ରଶ୍ନଗୁଡିକ ହେଲା-୧.ଭ୍ୟାକ୍ସିନର ଫଣ୍ଡ କିପରି ଖର୍ଚ୍ଚ ହେଉଛି: ୩୫ ହଜାର କୋଟି ଟଙ୍କାର ବଜେଟ ଟୀକାକରଣ ପାଇଁ ଯଦି ରଖାଯାଇଛି, ତାହାହେଲେ ସରକାର ଫଣ୍ଡ କିପରି ଖର୍ଚ୍ଚ ହୋଇଛି ସ୍ପଷ୍ଟ କରନ୍ତୁ । ୧୮ରୁ୪୪ ବର୍ଷ ବର୍ଗ ପାଇଁ ମାଗଣା ଟୀକାକରଣରେ ଏହାକୁ କାହିଁକି ବ୍ୟବହାର କରାଗଲା ନାହିଁ ।୨.କେତେଜଣଙ୍କୁ ଟୀକା ଦିଆଗଲାଣି: ପ୍ରଥମ, […]

Continue Reading

କରୋନା ମହାମାରୀ ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଟୀକାକରଣ ନୀତି ନେଇ ବୁଧବାର ସୁପ୍ରିମ କୋଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସରକାରଙ୍କ କେତେକ ଯୁକ୍ତି ତର୍କହୀନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଟୀକା ପାଇଁ ଉଦ୍ଦିଷ୍ଟ ୩୫ ହଜାର କୋଟି ଟଙ୍କାର ବଜେଟର ଖର୍ଚ୍ଚ ସମ୍ପର୍କରେ ମଧ୍ୟ ସୂଚନା ଦେବା ପାଇଁ କହିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ମାଗଣା ଟୀକା ଦିଆଯାଉଥିବା ବେଳେ ଏବେ କାହିଁକି ଅର୍ଥ ଦାବୀ କରାଯାଉଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ବ୍ୟବହୃତ […]

Continue Reading

ବିଗ୍ ବସ୍’ ସିଜିନ ୧୫ରେ ଭାଗ ନେବେ ଅଭିନେତ୍ରୀ ରିୟା!

ମୁମ୍ବାଇ: ସୂଚନା ଅନୁଯାୟୀ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଆଲିଟି ସୋ ‘ବିଗ୍ ବସ୍’ ସିଜିନ ୧୫ରେ ଅଂଶଗ୍ରହଣ କରିପାରନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ତେବେ ଏ ଖବର କେତେ ଦୂର ସତ ତାହା ତ ସମୟ ଆସିଲେ ଜଣାପଡ଼ିବ। ନିକଟରେ ମିଳିଥିବା ଏକ ରିପୋର୍ଟରେ ଜଣାପଡ଼ିଛି ଯେ ବିଗ୍ ବସ୍ ସିଜିନ ୧୫ରେ ଭାଗ ନେଇପାରନ୍ତି ଅଭିନେତ୍ରୀ ରିୟା।

Continue Reading

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ବର୍ଷରେ ୨୯ ଆଇସିସି ଟୁର୍ଣ୍ଣାମେଂଟ

ଦୁବାଇ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ଫ୍ୟୁଚର ଟୁର ପ୍ରୋଗ୍ରାମ ଘୋଷଣା କରିଛି । ଏହା ମଧ୍ୟରେ ୨୭ ଆଇସିସି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏଥିରେ ୪ଟି୨୦ ବିଶ୍ୱକପ ହେବ ଯେଉଁଥିରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ୨ଟି ଏକଦିବସୀୟ ବିଶ୍ୱକପ ୧୪ଟି ଦଳକୁ ନେଇ ଖେଳାଯିବ । ଏହା ବ୍ୟତୀତ ୨ଟି ଚାମ୍ପିୟନ୍ସ ଟ୍ରଫି ଏବଂ ୪ଟି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(୨୦୨୫, ୨୦୨୭, […]

Continue Reading