ଶେଷ ଦେବଦାସୀ ପରଶମଣିଙ୍କ ପରୋଲୋକ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର ଦାସ ଦେଇଥିଲେ । ସ୍ବର୍ଗତ ପରଶମଣି ଜଣେ ଅମାୟିକ ମଣିଷ ଥିଲେ। ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା କରୁଥିଲେ କିନ୍ତି ବିଗତ କିଛି ବର୍ଷଧରି ଏହି ସେବାରୁ ନିବୃତ […]

Continue Reading

ରେଳ ଫାଟକରେ ଭିଡ

କଟକ : ରେଳ ଫାଟକରେ ନାହିଁ ନଥିବା ଭିଡ । କଟକ ପାରାଦୀପକୁ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଲୋକମାନଙ୍କୁ। କଟକ ଗୋଶାଳା ରେଳଫାଟକର ଦୃଶ୍ୟ । ନୂଆବଜାର ଛକରୁ ଗୋଶାଳା ଓ ନୂଆପଡା,ଖପୁରିଆ ଦେଇ ଜାତୀୟ ରାଜପଥର ପ୍ରେସ୍ ଛକକୁ ସଂଯୋଗ କରୁଥିବା ରାସ୍ତା । ବ୍ୟସ୍ତବହୁଳ ରାସ୍ତା ଥିବାରୁ ବହୁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ହେଲେ ଆଜକୁ ୩ ବର୍ଷ ହେବ ରେଳ […]

Continue Reading

ରଥଯାତ୍ରାରେ ତିନି ରଥ ପାଇଁ ସୋଲ ଫୁଲ ଟାହିଆ

ଖୋର୍ଦ୍ଧା: ରଥଯାତ୍ରା ପାଇଁ ତିନି ରଥରେ ଲାଗିବ ସୋଲ ଫୁଲ । ବଡ ଦାଣ୍ଡରେ ତିନି ରଥ ଗଲାବେଳେ ରଥରେ ଝଟକୁ ଥାଏ ସୋଲ ଫୁଲ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହି ର ରାଜ କିଶୋର ପ୍ରସ୍ତୁତ କରି ଲଗାଇଥାନ୍ତି । କାରୋନା କଟକଣା ରେ ମଧ୍ୟ ସେବାରୁ ବିରତ ହୋଇନାଂହାତି । ଧଳା ରଙ୍ଗର ସେବତୀ, କଦମ୍ବ ଫୁଲ। ଏସବୁ ସୋଲ ରେ ତିଆରି ହୋଇଛି । ମହାପ୍ରଭୁଙ୍କ ରଥଯାତ୍ରାରେ ତିନି […]

Continue Reading

ପୁଣି ହାତୀ ଉପଦ୍ରବ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ମୁଖ୍ୟ ସମସ୍ୟା ଦେଖାଦେଇଛି। କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ପାଖରୁ ଦୁଇଟି ହାତୀପଲ କରଞ୍ଜିଆ ବନବିଭାଗରେ ମୁଣ୍ଡ ବିନ୍ଧା କାରଣ ପାଳିଟିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟା ହେଲେ ଆଖପାଖ ଗାଁରେ ହାତୀ ପଲ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗୁଛନ୍ତି। ଗୋଟିଏ ହାତୀ ପଲ ଦୁଧିଆଣି ରେଞ୍ଜର ମତା ଜଙ୍ଗଲରେ ଏବେ ୧୮ ଟି ହାତୀ ଥିବା ବେଳେ ଠାକୁରମୁଣ୍ଡା ରେଞ୍ଜର ଖୋଜୁରିଆ ଜଙ୍ଗଲରେ […]

Continue Reading

ଜୁଲାଇ ୧୯ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

ଚେନ୍ନାଇ: ତାମିଲନାଡୁରେ ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ। ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ସରକାର ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌କୁ ଜୁଲାଇ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କିଛି କଟକଣାକୁ କୋହଳ କରାଯାଇଛି। ରେସ୍ତୋରାଁ, ଚା ଦୋକାନ, ବେକେରୀ, ରାସ୍ତା କଡ଼ରେ ଥିବା ଉଠା ଦୋକାନ ଏବଂ ସ୍ନାକ୍ସ ଦୋକାନକୁ ରାତି ୯ ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ଦେଇଛନ୍ତି।

Continue Reading

ବାପା ହେଲେ ହରଭଜନ

ନୂଆଦିଲ୍ଲୀ: ପୁଣି ଥରେ ବାପା ହେଲେ ଭାରତୀୟ ବୋଲର ହରଭଜନ ସିଂ। ଭେଟେରାନ ଇଣ୍ଡିଆର ବୋଲର ହରଭଜନ ସିଂଙ୍କ ପତ୍ନୀ ଅଭିନେତ୍ରୀ ଗୀତା ବାସ୍ରା ଶନିବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ହରଭଜନ ସିଂ ଟ୍ୱିଟରରେ ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଦେଇଛନ୍ତି। ଏହି ଦମ୍ପତିଙ୍କର ଝିଅ ହିନୟା ମଧ୍ୟ ଅଛି। ଜୁଲାଇ ୨୦୧୬ ରେ ହିନୟାର ଜନ୍ମ ହୋଇଥିଲା।

Continue Reading

ଭୁବନେଶ୍ୱର ସମେତ ଏହି ୯ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଶନିବାର ଦିନ ଅପରାହ୍ନ ୫ ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ନୁଆପଡା, ନୟାଗଡ଼, ପୁରୀ, ଜଗତସିଂହପୁର, କଟକ ଏବଂ ଖୋର୍ଦ୍ଧା (ଭୁବନେଶ୍ୱରରେ) ଏହି ପାଣିପାଗ ଅବସ୍ଥା ଜାରି ରହିବ। ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ବଜ୍ରପାତରୁ ନିଜକୁ […]

Continue Reading

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟ୍ ୧୧ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି । ବିଶେଷ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣର ଖବର ପୋଲିସକୁ ମିଳିଥିଲା । ଗତକାଲି ରାତିରେ ବିଷମକଟକ […]

Continue Reading

ମହିଳା ଦୀର୍ଘାୟୁ; ସୁସ୍ଥ ବଞ୍ଚନ୍ତି ପୁରୁଷ

ନୂଆଦିଲ୍ଲୀ: ବଦଳୁଥିବା ସମୟ, ପରିବର୍ତ୍ତିତ ପାଣିପାଗ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଓ ମେଡିସିନର ବହୁଳ ବ୍ୟବହାର ମଣିଷର ଆୟୁ କମାଇଦଇଛି। ଓ୍ଵାର୍ଲଡ ହେଲଥ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ ଭାରତରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ହାରାହାରି ୩ ବର୍ଷ ଅଧିକ ବଞ୍ଚନ୍ତି। କିନ୍ତୁ ଉତ୍ତମ ସ୍ଵାସ୍ଥ୍ୟ କଥା ଆସିଲେ ଏହି ରିପୋର୍ଟରେ ଥିବା ତଥ୍ୟ ପୁରୁଷମାନଙ୍କ ସପକ୍ଷରେ ଯାଉଛି। ତେବେ ଏହି ପରିସଂଖ୍ୟାନ କେବଳ ଭାରତରେ ନୁହେଁ, ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ଜନସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମହିଳାମାନଙ୍କ […]

Continue Reading

ବଦଳିଲା ସଲ୍‌ମାନଙ୍କ ହିଟ୍‌ ସୋ’ ବିଗ୍‌ ବସ୍‌’ର ନାଁ

ମୁମ୍ବାଇ: ଖୁବ୍‌ ଶୀଘ୍ର କଲର୍ସରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ସୋ “ବିଗ୍ ବସ୍ ସିଜିନ ୧୫” OTT ପ୍ଲାଟ୍‌ଫର୍ମରେ ରିଲିଜ ହେବ। ରିଲିଜ ହେବା ପରେ ପ୍ରଥମ ଛଅ ସପ୍ତାହ ଓଟିଟି ପ୍ଲାଟ୍‌ଫର୍ମରେ ଷ୍ଟ୍ରିମ୍‌ ହେବ। ଏହାପରେ ଏହାକୁ ଟେଲିଭିଜନରେ ଦେଖିବାକୁ ମିଳିବ। ତେବେ ଏହି ନୂଆ ସିଜିନକୁ “ବିଗ୍ ବସ୍ OTT” କୁହାଯିବ। “ବିଗ୍ ବସ୍ OTT”କୁ ଭୁଟ୍‌ରେ ମଧ୍ୟ ଉପଭୋଗ କରିହେବ। ଏଥର ଦର୍ଶକଙ୍କ ଲାଗି ଏକ ନୂଆ ରୂପରେ ଆସିବ ହିଟ୍‌ ରିୟାଲିଟି […]

Continue Reading