RWSS ବିଭାଗରେ ଦୁର୍ନୀତି, ଲାଞ୍ଚ ଦିଆନିଆର ଭିଡିଓ ଭାଇରାଲ

ବାରିପଦା : RWSS ବିଭାଗରେ ଦୁର୍ନୀତି । ଟଙ୍କା ଦିଆନିଆର ଭିଡିଓ ଭାଇରାଲ । ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି ପଦାରେ ପଡ଼ିଛି । ତେବେ ଅଫିସ୍ ଭିତରେ କିଭଳି ବିଡା ବିଡା ଟଙ୍କା ନେଉଛନ୍ତି କାର୍ଯ୍ୟାଳୟର କ୍ୟସିଆର୍ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଥରେ କିମ୍ବା ଅଧେ ନୁହେଁ ବାରମ୍ବାର କ୍ୟାସିଆର ରମାକାନ୍ତ ମହାନ୍ତି ବିଭିନ୍ନ ସମୟରେ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ପକ୍ଷରୁ ବିଭିନ୍ନ ଆଳ […]

Continue Reading

ଏକତାଙ୍କ ‘ୟୁ-ଟର୍ନ’ରେ ଆଲାୟାଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: କନ୍ନଡ ଥ୍ରୀଲର ଚଳଚ୍ଚିତ୍ର ‘ୟୁ-ଟର୍ନ’ର ହିନ୍ଦୀ ରିମେକ୍‌ ନିର୍ମାଣ କରୁଛନ୍ତି ଏକତା କପୁର। ତେବେ ଏଥିରେ ଅଭିନେତ୍ରୀ ଆଲାୟା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ଆରିଫ ଖାନ। ଏହା ଆରିଫ୍‌ଙ୍କ ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର। ଆଲାୟା ୨୦୨୦ରେ କମେଡି-ଡ୍ରାମା ମୁଭି ‘ଜବାନୀ ଜାନେମନ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, ତବୁ ଏବଂ ଆଲାୟା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

Continue Reading

ଜୁଲାଇ ୧୩ ଯାଏ ଏହି ରାଜ୍ୟରେ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍‌: ସୋମବାର ଉତ୍ତରାଖଣ୍ଡ ସରକାର କୋଭିଡ କର୍ଫ୍ୟୁକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ଉତ୍ତରାଖଣ୍ଡ ସରକାର ଆଜି ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଜୁଲାଇ ୧୩ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ରହିବ। ମଲ୍‌ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଏବଂ ୱିକେଣ୍ଡରେ ବଜାର ବନ୍ଦ ରହିବ ବୋଲି ସରକାର କହିଛନ୍ତି। ଜୁନ୍ ୨୯ ରେ ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ ୬ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

Continue Reading

ଟିକା ନେଇନଥିବା ଯୋଗୁ ୯୯.୨ ପ୍ରତିଶତ ଆମେରିକୀୟ କରୋନାରେ ପ୍ରାଣ ହରାଇଛନ୍ତି; ଡା. ଫାଉସୀ

ନୂଆଦିଲ୍ଲୀ: ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ଥୋନୀ ଫାଉସୀ ଦାବି କରିଛନ୍ତି ଯେ ଆମେରିକାରେ ସମ୍ପ୍ରତି କରୋନା ମୃତ୍ୟୁର ୯୯ ପ୍ରତିଶତରୁ ଅଧିକ ଟିକାକୃତ ନୁହେଁ। ଏକ ସାକ୍ଷାତକାରରେ ଡା. ଫାଉସି କହିଛନ୍ତି ଯେ ଜୁନ୍ ମାସରେ କରୋନା ସମ୍ବନ୍ଧୀୟ ମୃତ୍ୟୁହାର ୯୯.୨ ପ୍ରତିଶତ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରେ ଘଟିଛି। ସେ କହିଛନ୍ତି ଯେ ଭୂତାଣୁ ଏବଂ ଏହାର ପ୍ରକାରରୁ ରକ୍ଷା କରିବାର ସର୍ବୋତ୍ତମ ଉପାୟ ହେଉଛି ‘ସମ୍ପୂର୍ଣ୍ଣ ଟିକାକରଣ’।

Continue Reading

ରାଜପରିବାରର ନଜର ନାହିଁ; ଗଜପତି ରାଜପ୍ରାସାଦ ଟଳମଳ

ବ୍ରହ୍ମପୁର: ରାଜପରିବାରର ନଜର ନାହିଁ। ରାଜ୍ୟ ସରକାରଙ୍କର ବି ଧ୍ୟାନ ନାହିଁ। ଏ ପରିସ୍ଥିତିରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ମୂଳଦୂଆ ପଡ଼ିଥିବା ଗଜପତି ପାରଳାଖେମୁଣ୍ଡିରେ ଥିବା ରାଜପ୍ରାସାଦ ତାର ଚମକ ହରାଇବାରେ ଲାଗିଲାଣି। ସଂରକ୍ଷଣ ଅଭାବରୁ ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି। ନିର୍ମାଣ ଓ ଅବସ୍ଥିତି ଦୃଷ୍ଟିରୁ ଏ ରାଜପ୍ରାସାଦ ବେଶ ଚମତ୍କାର।  ଗଙ୍ଗବଂଶଜ ତଥା ଗଜପତିର ଶାସକ ଏଠାରେ ସ୍ଥାୟୀ ଆବାସ ନିର୍ମଣ ପାଇଁ ୧୮୩୫ରେ ସ୍ଥିର କରିଥିଲେ। ସେତେବେଳର ରାଜା ଗଜପତି ନାରାୟଣ […]

Continue Reading

ଆଣ୍ଡି ଜାସି ହେଲେ ଆମାଜନର ନୂଆ ସିଇଓ

ନୂଆଦିଲ୍ଲୀ: ସୋମବାର ଦିନ ଇ-କମର୍ସ କମ୍ପାନୀ ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ପଦବୀରେ ଯୋଗ ଦେଇଛନ୍ତି ଆମାଜନ ୱେବ୍ ସର୍ଭିସେସ୍ (AWS) ର ପୂର୍ବତନ ମୁଖ୍ୟ ଆଣ୍ଡି ଜାସି। ଆମାଜନ ଡଟ୍ କମ୍ ର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଣ୍ଡି ଜାସି। ୧୯୯୪ ରେ ଏକ ଗ୍ୟାରେଜରୁ ଆମାଜନ ଆରମ୍ଭ କରିଥିବା ଏବଂ ବର୍ଷ ବର୍ଷ ଧରି ଏହାକୁ କଳ୍ପନା ଯୋଗ୍ୟ ଉଚ୍ଚତାକୁ ନେଇଥିବା […]

Continue Reading

ଟୋକିଓ ଅଲିମ୍ପିକ୍ସ: ୟୁଗାଣ୍ଡା ପରେ ସର୍ବିୟାର ଜଣେ ଆଥଲେଟ କରୋନା ସଂକ୍ରମିତ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆଉ ୨୦ ଦିନ ପରେ ଆରମ୍ଭ ହୋଇଯିବ । ତଥାପି ଏବେ କରୋନା ଭୟ ପିଛା ଛାଡୁନି । ରିପୋର୍ଟ ମୁତାବକ ୟୁଗାଣ୍ଡା ଟିମର ୨ ଆଥଲେଟ କରୋନା ସଂକ୍ରମିତ ଜଣା ପଡିବା ପରେ ଆଜି ସର୍ବିୟାର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖେଳାଳିମାନଙ୍କୁ ଆଇସୋଲେଟ କରାଯାଇଛି । ସେମାନଙ୍କ ସହ ଆସିଥିବା ସାଥୀ ଖେଳାଳିଙ୍କୁ ମଧ୍ୟ କ୍ୱାରେଂଟାଇନରେ ରଖାଯାଇଛି । ସର୍ବିୟାର ଏହି ନୌଚାଳକ ଟିମ ପ୍ରଶିକ୍ଷଣ ପାଇଁ […]

Continue Reading

ଦିଲ୍ଲୀରେ କାଲିଠୁ ଆରମ୍ଭ ହେବ ଅନଲକ୍-୬

ନୂଆଦିଲ୍ଲୀ : ଧିରେ ଧିରେ ମହାମାରୀ କରୋନା ସ୍ଥିତିରେ ଆସୁଛି ସୁଧାର । କରୋନା ସଂକ୍ରମଣ କମୁଥିବା ବେଳେ ପର୍ଯ୍ୟାୟ କ୍ରମେ ଖୋଲୁଛି ରାଜଧାନୀ । ଏଥିପାଇଁ ଦିଲ୍ଲୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଅନଲକ୍-୬ । ପୂର୍ବରୁ ଅନେକ କଟକଣା କୋହଳ କରାଯାଇଥିବା ବେଳେ, ଆସନ୍ତାକାଲିଠୁ ଆଉ କିଛି କଟକଣା ହଟାଇବାକୁ କେଜରିଓ୍ବାଲ ସରକାର ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁସାରେ, ଆସନ୍ତାକାଲିଠୁ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । […]

Continue Reading

କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ

ନୂଆଦିଲ୍ଲୀ : କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ । ଏହା କହିଛନ୍ତି, କୋଭିଡ ପ୍ୟାନେଲର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ । ସେ କହିଛନ୍ତି- ଲୋକଙ୍କ ଭିତରେ ରାଗ ପ୍ରତିରୋଧକ ଶକ୍ତିର ଅଭାବ, ଟିକାଦାନ ପ୍ରକ୍ରିୟା ଓ ପ୍ରଭାବଶାଳୀ ଭାରିଆଣ୍ଟ ଯୋଗୁ ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ତେବେ ଆସନ୍ତା ଅକ୍ଟୋବର- ନଭେମ୍ବର ବେଳକୁ କୋଭିଡ ସଂକ୍ରମଣ ସର୍ବୋଚ୍ଚ ସ୍ତରକୁ ଯାଇପାରେ । ମାତ୍ର ବର୍ତ୍ତମାନ ଯେଉଁ […]

Continue Reading

ସାଗର ହତ୍ୟା ଅଭିଯୁକ୍ତ ରେସଲର ସୁଶୀଲ କୁମାରଙ୍କୁ ଜେଲରେ ଦରକାର ଟିଭି !

ନୂଆଦିଲ୍ଲୀ: ଉଦୀୟମାନ ରେସଲର ସାଗର ଧାଙ୍କରଙ୍କ ହତ୍ୟା ଅଭିଯୁକ୍ତ ଅଲିମ୍ପିଆନ ସୁଶୀଲ କୁମାର ଏବେ ଜେଲରେ ଟିଭି ଲଗାଇବା ପାଇଁ ଅନୁରୋଧ କରିଛନ୍ତି । ପୂର୍ବରୁ ସ୍ୱତନ୍ତ୍ର ଡାଏଟ ଏବଂ ଟ୍ରେନିଂ ସାମଗ୍ରୀ ମାଗି ବିଫଳ ହୋଇଥିଲେ । ସାରା ବିଶ୍ୱରେ ରେସଲିଂ ସମ୍ପର୍କୀତ ତଥ୍ୟ ଜାଣିବା ପାଇଁ ଟିଭି ଜରୂରୀ ବୋଲି ସେ କହିଛନ୍ତି । ସେ ଏ ନେଇ ତିହାର ଜେଲ ଅଧିକାରୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ସୂଚନାଯୋଗ୍ୟ, ରେସଲିଂରେ ଭାରତ ପାଇଁ […]

Continue Reading