ଆଫଗାନିସ୍ତାନ ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କଲେ ତାଲିବାନ

କାବୁଲ: ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଂଟରର ମୁଖ୍ୟ ଦାବା ଖାଁ ମିନାପାଲଙ୍କୁ ତାଲିବାନମାନେ ହତ୍ୟା କରିଛନ୍ତି । କାବୁଲରେ ବନ୍ଧୁକଧାରୀମାନେ ଦାବା ଖାଁଙ୍କ ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ସେ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିବାରୁ ଅନେକ ନିରୀହ ଏଥିରେ ବଳି ପଡୁଛନ୍ତି । ଭୟର ବାତାବରଣ ସୃଷ୍ଟି କରିବା ପାଇଁ […]

Continue Reading

ସେମିଫାଇନାଲରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ହାରି ଯାଇଛନ୍ତି । ୫୭ କିଗ୍ରା ବିଭାଗରେ ଆଜରବୈଜାନର ହାଜି ଅଲିୟେଭ ତାଙ୍କୁ ୧୨-୫ରେ ପରାସ୍ତ କରିଥିଲେ । ଆଲିୟେଭ ରିଓ ଗେମ୍ସରେ ବ୍ରୋଞ୍ଜ ଏବଂ ୩ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଛନ୍ତି । ଶନିବାର ବଜରଙ୍ଗ ବ୍ରୋଞ୍ଜ ପାଇଁ ମୁକାବିଲା କରିବେ । ଆରମ୍ଭରୁ ବଜରଙ୍ଗ ପଂଏଟ ହାସଲ କରିଥିଲେ ମଧ୍ୟ ତାହା ତାଙ୍କୁ ବେଶି ସମୟ ଫାଇଦାରେ ରଖିପାରି ନ ଥିଲା […]

Continue Reading

ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହେବାକୁ ଯାଉଛି “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀର ତାଣ୍ଡବ ପରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ “ସହିଦ ରଘୁ ସର୍ଦ୍ଦାର” । ଏହି ଫିଲ୍ମର ରିଲିଜକୁ ନେଇ ଓଡିଶା ଫିଲ୍ମ ଜଗତ ତଥା ଦର୍ଶକଙ୍କ ମନରେ ବେଶ କିଛି ମାସ ହେଲା କଳ୍ପନାଜଳ୍ପନା ଜାରି ରହିଥିଲା । ହେଲେ ଶେଷରେ କରୋନାର ଦ୍ୱିତୀୟ ଲହର କଟକଣା ଉଠିବା ପରେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି । ଦେବାଶିଷଙ୍କୁ ମୁଖ୍ୟ ଭୂମିକାରେ […]

Continue Reading

ଋଣ ସୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ବଲୁପର: ସମ୍ବଲପୁର ବୁର୍ଲା ଥାନା କୁଦ-ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କୁଦ ଗୁଣ୍ଡେରପୁର କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି । ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ। କୈବଲ୍ୟ ବିଷ ପିଇ ଦେଇଥିବାଳେ ତାଙ୍କୁ ସଙ୍ଗେସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃୃତ୍ୟୁ […]

Continue Reading

ରାଜୀବ ଗାନ୍ଧ ଖେଳରତ୍ନ ପୁରସ୍କାର ଏବେ ନାମିତ ହେବ ମେଜର ଧ୍ୟାନଚାନ୍ଦଙ୍କ ନାମରେ..

ନୂଆଦିଲ୍ଲୀ: ଭାରତର ସରକାର ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ରାଜୀବ ଗାନ୍ଧୀ ଖେଳରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦ ପୁରସ୍କାର ଭାବେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି ଯେ, ମେଜର ଧ୍ୟାନଚାନ୍ଦ ଭାରତର ପ୍ରମୁଖ କ୍ରୀଡାବିତ୍ । ୪୧ ବର୍ଷ ପରେ ଭାରତ ହକି ଅଲିମ୍ପିକ୍ସରେ ପଦକ ହାସଲ କରିବା ପରେ ଏବେ ଏହାର ନାମ ପରିବର୍ତନ କରିବା ସମୟ ଉପନୀତ ହୋଇଛି । […]

Continue Reading

STF ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ, ୩ ଗିରଫ

ଭୁବନେଶ୍ବର : STF ପଞ୍ଝାରେ ପୁଣି ବଜ୍ରକାପ୍ତା ବ୍ୟବସାୟୀ । ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ୩ ବ୍ୟବସାୟୀଙ୍କୁ ଗିରଫ କରିଛି STF । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା STF ଟିମ୍‌ । ଗିରଫ ୩ ଜଣ ହେଲେ କଟକ ବଡମ୍ବା ଅଞ୍ଚଳର ଚିତ୍ରସେନ ସାହୁ, ଭୁବନେଶ୍ବର ପାତ୍ରପଡାର ଖଗେଶ୍ବର ସାହୁ ଓ ଗଞ୍ଜାମ କାଂସମାରୀର ଭାଗିରଥୀ ବେହେରା । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । […]

Continue Reading

ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ

କଟକ: ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ। ଆଜିଠୁ ଖୋଲିଲା କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର । ଆଜି ଭୋରରୁ ମନ୍ଦିର ଖୋଲାଯାଇ ସମସ୍ତ ନୀତିକାନ୍ତି କରାଯାଇଛି । ମଙ୍ଗଳ ଆଳତୀ ସରିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଛି । ତେବେ ମନ୍ଦିର ଭିତରକୁ ବାହାର ଭୋଗକୁ ବାରଣ କରାଯାଇଛି । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିଛି । ଦର୍ଶନ ବେଳେ କୋଭିଡ ଗାଇଡଲାଇନର କଡ଼ାକ଼ଡ଼ି ପାଳନ […]

Continue Reading

୫ମ ଥର ପାଇଁ ଗୋଲ୍ଡେନ ଡକରେ ଆଉଟ ହେଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଗୋଲ୍ଡେନ ଡକରେ ଆଉଟ ହୋଇଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୯ତମ ଡକ ଏବଂ ୫ମ ଗୋଲ୍ଡେନ ଡକ । ଗୁରୁବାର ଇଂଲଣ୍ଡର ସିନିୟର ପେସ ବୋଲର ଜେମ୍ସ ଆଣ୍ଡରସନଙ୍କ ବଲରେ କୋହଲି ଗୋଲ୍ଡେନ ଡକର ଶୀକାର ହୋଇଥିଲେ । ଟିମ ଇଣ୍ଡିଆ ଅଧିନାୟକ କୋହଲି ୨୦୧୪ ପରେ ଆଣ୍ଡରସନଙ୍କ ଶୀକାର ହୋଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ […]

Continue Reading

ବକ୍ସର ହ୍ୱାଇଟାକର ରୌପ୍ୟ ପଦକ ପକେଟରେ ପୂରାଇ କାନ୍ଦିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଗ୍ରେଟ ବ୍ରିଟେନ ବକ୍ସର ବେନ ହ୍ୱାଇଟାକର ରୌପ୍ୟ ପଦକ ଜିତିଥିଲେ ମଧ୍ୟ ସେ ଏଥିରେ ସନ୍ତୁଷ୍ଟ ନ ଥିଲେ । ଲାଇଟ-ହେଭିୱେଟ ଫାଇନାଲରେ ସେ କ୍ୟୁବାର ଆର୍ଲେନ ଲୋପେଜଙ୍କ ନିକଟରୁ ପରାଜିତ ହୋଇଥିଲେ । ଏଥିରେ ସେ ଏତେ ମାତ୍ରାରେ ଭାଙ୍ଗି ପଡିଥିଲେ ଯେ, କାନ୍ଦି କାନ୍ଦି ପୋଡିୟମକୁ ଯାଇଥିଲେ । ସେଠାରେ ରୌପ୍ୟ ପଦକ ବେକରେ ନ ପକାଇ ପକେଟରେ ରଖି ଦେଇଥିଲେ । ଏହାର କାରଣ ସମ୍ପର୍କରେ ତାଙ୍କୁ […]

Continue Reading

ନେପାଳ ସୀମା ନିକଟରୁ ଜବତ ହେଲା ୬୮୬ କୋଟି ଟଙ୍କାର ନିଶା ଦ୍ରବ୍ୟ

ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସ ଏବଂ ସୀମା ସୁରକ୍ଷା ବଳକୁ ଆଜି ବଡ ସଫଳତା ହାତ ଲାଗିଛି । ନେପାଳ ସୀମା ନିକଟରେ ଥିବା ମହାରାଜଗଂଜ ଜିଲ୍ଲାରେ ୬୮୬ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି । ଏଥିସହ ଆନ୍ତର୍ଜାତୀୟ ତସ୍କରଙ୍କ ପର୍ଦ୍ଦାଫାସ ହୋଇଛି । ଏହି ପ୍ରତିବନ୍ଧିତ ନିଶା ଦ୍ରବ୍ୟ ନେପାଳକୁ ପଠାଇବା ପାଇଁ ଯୋଜନା କରାଯାଉଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗୁପ୍ତା ଫେରାର ହୋଇଯାଇଛି । ୨୫ ଲକ୍ଷ ନିଶା ଇଂଜେକଶନ, ୨ […]

Continue Reading